fbpx

ଧନୁଷକୋଡିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଯେଉଁଠାରୁ ଆରମ୍ଭ ହୋଇଥିଲା ରାମ ସେତୁ ନିର୍ମାଣ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜାନୁଆରୀ ୨୨ କୁ ନେଇ ସୁରକ୍ଷା କର୍ମୀ ମଙ୍ଗ ସମ୍ଭାଳିଛନ୍ତି । ସୁରକ୍ଷା କର୍ମୀଙ୍କ ସହ ଏନଏସଜି ଏବଂ ଏସପିଜି ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନୁଷକୋଡିର ଆରିଚାଲ ମୁନାଇ ପଏଣ୍ଟରେ ପହଞ୍ଚିଛନ୍ତି । କୁହାଯାଏ ଯେ ରାମ ସେତୁ ଏଠାରେ ନିର୍ମାଣ କରାଯାଇଥିଲା ।

ଏହାପୂର୍ବରୁ ରଙ୍ଗନାଥସ୍ୱାମୀ ମନ୍ଦିରକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁରୋହିତମାନେ ଅଯୋଧ୍ୟାରେ ରାମ ମନ୍ଦିରକୁ ନେବା ପାଇଁ ଉପହାର ଦେଇଥିଲେ । ତାମିଲନାଡୁର ତିରୁଚିରାପଲ୍ଲୀରେ ଥିବା ପ୍ରାଚୀନ ମନ୍ଦିରର ସଭାପତି ପୁରୋହିତଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ଡାଲାରେ ଉପହାର ଦିଆଯାଇଥିଲା, ଯାହାକୁ ଅଯୋଧ୍ୟା ରାମ ମନ୍ଦିରକୁ ନିଆଯିବ । ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ତାମିଲ କବି କାମ୍ବରଙ୍କ ଦ୍ୱାରା ଲିଖିତ ଦ୍ୱାଦଶ ଶତାବ୍ଦୀର ଉପନ୍ୟାସ ‘କାମ୍ବରାମାୟଣମ’ର ଛନ୍ଦଗୁଡ଼ିକ ପାଠ କରିଥିଲେ ।

Get real time updates directly on you device, subscribe now.