fbpx

ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ: ପିଡିଏସ ବ୍ୟବସ୍ଥାରେ ହେବ ପରିବର୍ତ୍ତନ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ୧୫ଟି ପସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ରାଜ୍ୟ ସରକାର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ କରିଛନ୍ତି । ଏ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । କିନ୍ତୁ ରାଜ୍ୟ କ୍ୟାବିନେଟ କେବଳ ଗୋଟିଏ ପ୍ରସ୍ତାବ ବ୍ୟତୀତ ଅନ୍ୟ ୧୪ଟି ପ୍ରସ୍ତାବକୁ ସବୁଜ ସଂକେତ ଦେଇଛନ୍ତି ।

୧୪ଟି ପ୍ରସ୍ତାବ ମଧ୍ୟରୁ ପିଡିଏସ ବ୍ୟବସ୍ଥାରେ ସବୁଠାରୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ରାଜ୍ୟବାସୀଙ୍କ ପାଇଁ ପିଡିଏସ ବ୍ୟବସ୍ଥାରେ ରାଜ୍ୟ ସରକାର ସଂଶୋଧନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଏହାବ୍ୟତୀତ କଳାହାଣ୍ଡିର କୋକସରାରେ ଏକସାଇଜ ଷ୍ଟେସନ କରିବା ପାଇଁ ମଧ୍ୟ ସବୁଜ ସଂକେତ ମିଳିଛି । ସେହିପରି ଓଡ଼ିଶା ପାଇଁ ଅଗ୍ନିଶମ ବାହିନୀରେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ କରିବା ନେଇ ଉଠିଥିବା ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଏଣିକି ଏହି ନିଯୁକ୍ତି ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯିବ । ଏହାବ୍ୟତୀତ ଗ୍ରୁପ ‘ଏ’ ଏବଂ ଗ୍ରୁପ ‘ବି’ ଅଫିସର ନିଯୁକ୍ତିରେ ସଂଶୋଧନ ଆଣିବା ପାଇଁ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି ।

 

ଖୋର୍ଦ୍ଧା ଡେରାଶ ଅଞ୍ଚଳରେ କର୍ମଜୀବୀ ମହିଳାମାନଙ୍କ ପାଇଁ କ୍ୟାବିନେଟରେ ଏକ ପ୍ରସ୍ତାବରେ ମୋହର ବାଜିଛି । ସେଠାରେ କର୍ମଜୀବୀ ମହିଳାମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ କରିବାକୁ ରାଜ୍ୟ ସରକାର ମଞ୍ଜୁର ପ୍ରଦାନ କରିଛନ୍ତି । ପଞ୍ଚାୟତ ସେକ୍ରେଟାରୀରୁ ଭିଏଲଡବ୍ଲୁ ହେଲେ ଅଦିକାରୀଙ୍କୁ ସରକାର ପେନସନ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏହାସହିତ ଆହୁରି ଅନେକ କ୍ଷେତ୍ରରେ ସଂଶୋଧନ ତଥା ପରିବର୍ତ୍ତନ ଆଣିବା ନେଇ ହୋଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛନ୍ତି ।

Get real time updates directly on you device, subscribe now.