fbpx

AFC Asian Cup-2023; ଲଜ୍ଜାଜନକ ପରିସ୍ଥିତିରେ ବାଦ୍ ପଡ଼ିଲା ଟିମ ଇଣ୍ଡିଆ: ଗୋଲ୍ କରିବା ପୂର୍ବରୁ ଯାତ୍ରା ଶେଷ

ନୂଆଦିଲ୍ଲୀ: ଏଏଫସି ଏସିଆନ୍ କପ୍-୨୦୨୩(AFC asian Cup-2023) ରୁ ବାଦ୍ ପଡ଼ିଛି ଟିମ ଇଣ୍ଡିଆ । ଶେଷ ମ୍ୟାଚରେ ଏକ ଲଜ୍ଜାଜନକ ଭାବରେ ପରାସ୍ତ ହୋଇଛି ଭାରତୀୟ ଦଳ । ସିରିୟା ବିପକ୍ଷ ଆଜିର ମ୍ୟାଚରେ ଦଳ ୧-୦ରେ ପରାଜୟର ସାମନା କରିଛି । ଏହାପୂର୍ବରୁ ୨ଟି ଯିମ ବିପକ୍ଷରେ ମ୍ୟାଚ ଖେଳିଥିବା ବେଳେ କୌଣସି ମ୍ୟାକରେ ଗୋଟିଏ ବି ଗୋଲ କରିବାରେ ଦଳ ସଫଳ ହୋଇ ନଥିଲା । ଆଜି ମଧ୍ୟ ଖାଲି ହାତରେ ରହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ଟିମ ଇଣ୍ଡିଆ । ଏହାସହିତ ଭାରତୀୟ ଦଳ ସହିତ ଯୋଡ଼ି ହୋଇଯାଇଛି ଏକ ଲଜ୍ଜାଜନକ ରେକର୍ଡ ।

ଟୁର୍ଣ୍ଣାମେଣ୍ଟରେ ସିରିୟା ବିପକ୍ଷରେ ଏହା ଭାରତର ତୃତୀୟ ପରାଜୟ ପାଲଟିଛି । ଏହାପୂର୍ବରୁ ଅଷ୍ଟ୍ରେଲିଆ ୨-୦ ଏବଂ ଉଜବେକିସ୍ତାନ ୩-୦ରେ ଟିମ ଇଣ୍ଡିଆକୁ ମାତ୍ ଦେଇ ସାରିଥିଲେ । ତେବେ ତୃତୀୟ ମ୍ୟାଚରେ ୧-୦ରେ ପରାସ୍ତ ହୋଇ ଦଳ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି । ଏହାସହିତ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟର ଖାତା ଖୋଲିବାରେ ଅସମର୍ଥ ରହିଛି ଭାରତୀୟ ଫୁଟବଲ ଟିମ୍ । ଗୃପ ‘ବି’ରେ ଭାରତୀୟ ଟିମ୍ ଚତୁର୍ଥ ସ୍ତାନରେ ରହି ଏହି ଯାତ୍ରା ଶେଷ କରିଛି । ୩ଟି ମ୍ୟାଚରୁ ଗୋଟିଏ ବି ମ୍ୟାଚରେ ବିଜୟୀ ହୋଇ ପାରି ନଥିଲା ଟିମ ଇଣ୍ଡିଆ ।

ତେବେ ଗୃପ୍ ‘ବି’ର ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଅଷ୍ଟ୍ରେଲିଆ ରହିଥିବା ବେଳେ ଦ୍ୱିତୀୟରେ ଉଜବେକିସ୍ତାନ ଏବଂ ସିରିୟା ତୃତୀୟ ସ୍ଥାନରେ ରହିଛନ୍ତି । ସିରିଆ ବିପକ୍ଷ ଆଜିର ମ୍ୟାଚ୍ ପୂର୍ବରୁ ଅଧିନାୟକ ସୁନୀଲ ଛେତ୍ରୀ କହିଥିଲେ ଯେ, ‘ପ୍ରଥମ ଦୁଇଟି ମ୍ୟାଚରେ ଆମେ ଛୋଟ ଭୁଲ କରିଛୁ। ସେଗୁଡିକର ଉନ୍ନତି ଉପରେ ଆମର ଧ୍ୟାନ ରହିବ । ସୁନୀଲଙ୍କ ବ୍ୟତୀତ ଭାରତର କୋଚ୍ ଇଗୋର ଷ୍ଟିମାକ୍ ମଧ୍ୟ କହିଛନ୍ତି ଯେ, ନକ୍ଆଉଟ୍ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଆମେ ଚେଷ୍ଟା କରିବୁ। କିନ୍ତୁ ଦଳ ଏଥିରେ ବିଫଳ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ।

Get real time updates directly on you device, subscribe now.