fbpx

TMC ନେତାଙ୍କ ଘରେ ପୁଣି EDର ରେଡ୍‌

କୋଲକାତା: ପଶ୍ଚିମବଙ୍ଗରେ ରାଶନ ଘୋଟାଲା ମାମଲାରେ ବୁଧବାର ସକାଳୁ ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)କୁ ଆକ୍ସନ ମୋଡରେ ଦେଖିବାକୁ ମିଳିଛି । ଉତ୍ତର ୨୪ ପରଗଣା ସନ୍ଦେଶଖାଲି ସ୍ଥିତ ତୃଣମୂଳ କଂଗ୍ରେସ(TMC) ନେତା ଶାହଜହାନ ଶେଖଙ୍କ ଘରେ ED ପକ୍ଷରୁ ଚଢ଼ାଉ କରାଯାଇଛି । ED ଦଳ TMC ନେତାଙ୍କ ଘରର ତାଲା ଭାଙ୍ଗି ଘରେ ପଶିଥିବାର ସୂଚନା ମିଳିଛି । ED ଦଳଙ୍କ ସହ ସେଣ୍ଟ୍ରାଲ ଫୋର୍ସର ୧୦୦ ଜଣ ଜବାନ ନେତାଙ୍କ ଘରକୁ ଘେରି ରଖିଛନ୍ତି । ଏହା ସହ ED ପକ୍ଷରୁ ଲୁକ୍‌ଆଉଟ୍ ନୋଟିସ୍ ମଧ୍ୟ ଜାରି କରାଯାଇଛି ।

କହିରଖୁଛୁ ପୂର୍ବରୁ ରାଶନ ଘୋଟାଲା ମାମଲାରେ ଠିକ୍ ୧୯ ଦିନ ପୂର୍ବରୁ ED ଦଳ ପକ୍ଷରୁ ଟିଏମସି ନେତା ଶହାଜହାନ ଶେଖଙ୍କ ଘରେ ଚଢ଼ାଉ କରାଯାଇଥିଲା । ସେଠାରେ ଟିଏମସି ନେତାଙ୍କ ସମର୍ଥକମାନେ ED ଦଳ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅନେକ ଅଧିକାରୀ ଆହତ ହୋଇଥିଲେ । ବୁଧବାର ସକାଳୁ ସକାଳୁ ED ଦଳ ଟିଏମସି ନେତାଙ୍କ ଘରେ ପହଂଚିବା ପରେ ସ୍ଥାନୀୟ ପୋଲିସ ଆସି ED ଅଧିକାରୀଙ୍କୁ ସର୍ଚ୍ଚ ୱାରେଣ୍ଟ ପ୍ରସ୍ତୁତ କରିବା ପାଇଁ କହିଥିଲେ । ପରେ ଟିଏମସି ନେତାଙ୍କ ଘରର ତାଲା ଭାଙ୍ଗି ED ଦଳ ପ୍ରବେଶ କରିଥିଲା । ସୂତ୍ରରୁ ପ୍ରକାଶ ଯେ ସମଗ୍ର ଅନୁସନ୍ଧାନକୁ ରାଜ୍ୟ ପୋଲିସ ପକ୍ଷରୁ ଭିଡ଼ିଓଗ୍ରାଫି କରାଯାଉ ବୋଲି ସ୍ଥାନୀୟ ପୋଲିସ ଚାହୁଁଥିଲା କିନ୍ତୁ ଇଡି ଏହାକୁ ପ୍ରତ୍ୟାଖାନ କରିଛି । ତେବେ ଚଢ଼ାଉ ସମୟରେ ୨ ଜଣ ସାକ୍ଷୀ ଉପସ୍ଥିତ ରହିବେ ବୋଲି ED ପକ୍ଷରୁ ଆଶ୍ୱାସନା ଦିଆଯାଇଛି ।

Get real time updates directly on you device, subscribe now.