fbpx

(Video) ଥାର୍ ଗାଡିରେ ନିଜ ଗୁପଚୁପ୍ ଠେଲା ଟାଣି ଟାଣି ନେଲେ ବି.ଟେକ୍ ଛାତ୍ରୀ, ଭିଡିଓ ଭାଇରାଲ କଲେ ବିଶିଷ୍ଟ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଗୁପଚୁପ୍ ବିକୁଥିବା ଜଣେ ବି.ଟେକ୍ ଛାତ୍ରୀଙ୍କ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓକୁ ଆନନ୍ଦ ମହିନ୍ଦ୍ରା ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି କି ସେ ଥାର୍ ଗାଡିରେ ନିଜ ଗୁପଚୁପ୍ ଠେଲାକୁ ଟାଣି ଟାଣି ନେଉଛନ୍ତି ।

କୁହାଯାଏ କି ଦୁନିଆରେ ଏପରି କୌଣସି କାମ ନାହିଁ ଯାହା ଅସମ୍ଭବ । ଯଦି ବ୍ୟକ୍ତି ଦୃଢ ସଂକଳ୍ପ ଓ ନିଷ୍ଠାର ସହ କାମ କରିବ ତେବେ ତାର ସବୁ ସ୍ୱପ୍ନ ନିଶ୍ଚୟ ସାକାର ହୋଇପାରିବ । ଏପରି ବହୁ ଉଦାହରଣ ଆପଣଙ୍କ ସାମ୍ନାରେ ନିଶ୍ଚୟ ଆସିଥିବେ । ଏହା ସତ୍ତ୍ୱେ ବହୁ ଲୋକ କାମରେ ଭେଦଭାବ କରିଥାନ୍ତି ଓ କିଛି କାମକୁ ଛୋଟ ମନେ କରିଥାନ୍ତି । ଏପରି ଲୋକ ମାନନ୍ତି କି ଛୋଟ କାମ କରି ବ୍ୟକ୍ତି ବଡ ହୋଇପାରିବ ନାହିଁ । ଯେଉଁମାନେ ବି ଏପରି ଚିନ୍ତାଧାରା ରଖୁଛନ୍ତି ସେମାନେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଜରୁର ଦେଖନ୍ତୁ ଯାହାକୁ ନିଜେ ଆନନ୍ଦ ମହିନ୍ଦ୍ରା ସେୟାର କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି ଗୁପଚୁପ୍ ବିକ୍ରୀ କରୁଥିବା ଜଣେ ବି.ଟେକ୍ ଛାତ୍ରୀ ଥାର୍‌ରେ ନିଜର ଗୁପଚୁପ୍ ଠେଲାକୁ ଟାଣି ଟାଣି ନେଉଥିବାର ନଜର ଆସୁଛନ୍ତି । ଭିଡିଓରେ ଯୁବତୀ କହୁଛନ୍ତି କି ପ୍ରଥମେ ସେ ଏହି ଠେଲାକୁ ସ୍କୁଟିରେ ଟାଣି ଟାଣି ନେଉଥିଲେ । ଏହାପରେ ବୁଲେଟ୍‌ରେ ନେବା ଆରମ୍ଭ କରିଥିଲେ । ଏବେ ସେ ଏହା ଥାର୍ କାର୍‌ରେ ନେବା ଆରମ୍ଭ କରିଛନ୍ତି । ସେ କହିଛନ୍ତି ଏହା ପଛରେ ତାଙ୍କର ହଜାର ଦିନର ଶ୍ରମ ବିନିଯୋଗ ହୋଇଛି । ପୁରା ଦେଶରେ ତାଙ୍କର ୪୦ରୁ ଅଧିକ ଏପରି ଗୁପଚୁପ୍ ଠେଲା ଚାଲୁଛି ।

ଏହି ଭିଡିଓକୁ ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ନିଜର ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ସେ ଭିଡିଓ ସେୟାର କରି ଲେଖିଛନ୍ତି, ଅଫ୍ ରୋଡ୍ ବାହନ କେଉଁ କାମ ପାଇଁ ହୋଇଥାଏ? ଲୋକଙ୍କୁ ସେହି ସ୍ଥାନକୁ ଯିବାକୁ ସାହାଯ୍ୟ କରିବା ଯେଉଁଠାକୁ ସେ ପୂର୍ବରୁ ଯାଇପାରୁ ନ ଥିଲେ । ଏବେ ଆପଣ ବୁଝିପାରିବେ କି ମୋତେ ଏହି ଭିଡିଓ କାହିଁକି ପସନ୍ଦ ଆସିଛି ।
ଭିଡିଓଟିକୁ ଏ ପର୍ଯ୍ୟନ୍ତ ୫ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ବହୁ ୟୁଜର ଯୁବତୀଙ୍କ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.