fbpx

କ’ଣ ସତରେ ପ୍ରାଣ ପ୍ରତିଷ୍ଠା ମୂର୍ତ୍ତି ଆଗରେ ଦର୍ପଣ ରଖିଲେ ତାହା ଆପେ ଆପେ ଭାଙ୍ଗିଯାଏ ? ଜାଣନ୍ତୁ ସତ୍ୟତା

ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାପ୍ତ ହେବାର ଅନେକ ଦିନ ବିତିଗଲାଣି, କିନ୍ତୁ ଏହା ପରେ ମଧ୍ୟ ଅନେକ ଲୋକ ଏହି ପ୍ରକ୍ରିୟା ବିଷୟରେ ଜାଣିବାକୁ ଆଗ୍ରହୀ ଅଛନ୍ତି ।

ସୋସିଆଲ ମିଡିଆ ଠାରୁ ଗୁଗୁଲ ପର୍ଯ୍ୟନ୍ତ ଲୋକମାନେ ପ୍ରାଣ ପ୍ରତିଷ୍ଠା ସହ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି । ବହୁ ସଂଖ୍ୟକ ଲୋକ ଜାଣିବାକୁ ଚାହାଁନ୍ତି ଯେ ଦେବତାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ସମୟରେ ସମ୍ମୁଖରେ ଦର୍ପଣ ରଖିଲେ ତାହା ଭାଙ୍ଗିଯାଏ ? ଯଦି ଏହା ଘଟେ, ତେବେ ଏହାର କାରଣ କ’ଣ? ଜ୍ୟୋତିଷଙ୍କ ଅନୁଯାୟୀ, ପ୍ରାଣ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ଭଗବାନଙ୍କ ମୂର୍ତ୍ତିର ଆଖିକୁୁ ଏକ ପଟ୍ଟିରେ ଘୋଢ଼ାଇ ଦିଆଯାଇଥାଏ ଏବଂ ତା’ପରେ ଅନେକ ଦିନ ପର୍ଯ୍ୟନ୍ତ ବୈଦିକ ମନ୍ତ୍ର ଉଚ୍ଚାରଣ କରାଯାଏ । ଏହି କାରଣରୁ ଐଶ୍ୱରୀୟ ଶକ୍ତି ମୂର୍ତ୍ତିକୁ ଆସିଥାଏ ଏବଂ ଯେତେବେଳେ ଆଖି ଖୋଲାଯାଏ ସେହି ଶକ୍ତି ହେତୁ ଦର୍ପଣ ଭାଙ୍ଗିଯାଏ । ଏହାକୁ ଭଗବାନଙ୍କ ମହିମା ଭାବରେ ବିବେଚନା କରାଯାଇପାରେ ।

ୟୁପିର କାସଗଞ୍ଜର ତୀର୍ଥସ୍ଥାନ ସୋରେନର ଜ୍ୟୋତିଷ ଡକ୍ଟର ଗୌରବ ଦୀକ୍ଷିତଙ୍କ ଅନୁଯାୟୀ, ଭଗବାନଙ୍କ ପ୍ରତିମାକୁ ପୂଜା କରିବାର ସମ୍ପୂର୍ଣ୍ଣ ରୀତିନୀତି ରହିଛି ଏବଂ ଅନେକ ଦିନ ଧରି ୂଜା ପାଠ ଓ ବୈଦିକ ମନ୍ତ୍ର ଉଚ୍ଚାରଣ କରାଯାଇଥାଏ । ଅନେକ ସ୍ଥାନରେ ପ୍ରାଣ ପ୍ରତିଷ୍ଠାର ଶେଷ ପର୍ଯ୍ୟାୟରେ, ପ୍ରତିମୂର୍ତ୍ତିର ଆଖି ସାମ୍ନାରେ ଏକ ଦର୍ପଣ ରଖାଯାଇଥାଏ, ଯାହା ପ୍ରାଣ ପ୍ରତିଷ୍ଠା ସମାପ୍ତ ହେବା ପରେ ଐଶ୍ୱରୀୟ ଶକ୍ତି ଦ୍ୱାରା ଭାଙ୍ଗିଯାଏ ।
ଶାସ୍ତ୍ର ଅନୁଯାୟୀ, ମୂର୍ତ୍ତିର ଆଖିକୁ ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ଘୋଢ଼ାଇ ରଖାଯାଏ ଓ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ପୂଜାପାଠ ଓ ମନ୍ତ୍ରର ଜପ କରାଯାଏ । ଯଦି ପୂଜାପାଠ ସମ୍ପୂର୍ଣ୍ଣ ରୀତିନୀତି ସହିତ କରାଯାଏ, ତେବେ ମୂର୍ତ୍ତି ଭିତରେ ସ୍ୱତନ୍ତ୍ର ଶକ୍ତି ଆସେ । ଦର୍ପଣ ରଖିବାର ପ୍ରକ୍ରିୟା ହେଉଛି ପ୍ରାଣ ପ୍ରତିଷ୍ଠାର ଶେଷ ପଦକ୍ଷେପ । ପବିତ୍ର ହେବା ପରେ ମୂର୍ତ୍ତିର ଆଖିରୁ ପଟ୍ଟି ହଟାଯିବା ମାତ୍ରେ ମୂର୍ତ୍ତିରୁ ଏକ ସ୍ୱତନ୍ତ୍ର ଶକ୍ତି ଉତ୍ପନ୍ନ ହୁଏ । ଏହି ଶକ୍ତି ଏତେ ଶକ୍ତିଶାଳୀ ଯେ ଏହାର ସାମ୍ନାରେ ରଖାଯାଇଥିବା କାଚ ଭାଙ୍ଗିଯାଏ ।

Get real time updates directly on you device, subscribe now.