ସମାଜବାଦୀ ପାର୍ଟି ବିଧାୟକ ଶିବ ପ୍ରତାପ ଯାଦବଙ୍କ ପରଲୋକ: ଶୋକବ୍ୟକ୍ତ କଲେ ଯୋଗୀ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ଏବେଠାରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଏଥର ହ୍ୟାଟ୍ରିକ୍ କରିବା ଲକ୍ଷ୍ୟରେ ରହିଥିବା ବେଳେ ବିରୋଧୀ ‘ଇଣ୍ଡିଆ’ ମହାମେଣ୍ଟର ସ୍ଥିତି ସେତେଟା ଶକ୍ତିଶାଳୀ ମନେହେଉ ନାହିଁ । ଏହା ମଧ୍ୟରେ ବିରୋଧୀ ମହାମେଣ୍ଟର ଅନ୍ୟତମ ସାରଥୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣି ଥରେ ଏନଡିଏକୁ ଫେରିବା ନେଇ ସମ୍ଭାବନା ବଢ଼ିଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚର୍ଚ୍ଚା ଜୋର ଧରିଛି ।

ତେବେ ଏହା ମଧ୍ୟରେ ରାଜେନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ସମାଜବାଦୀ ପାର୍ଟି (ସପା)ର ଜଣେ ବରିଷ୍ଠ ନେତା ତଥା ବିଧାନସଭାର ସଦସ୍ୟଙ୍କର ପରଲୋକ ଘଟିଛି । ଗାସଡ଼ି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ନେତା ଡା. ଶିବ ପ୍ରତାପ ଯାଦବଙ୍କ ପରଲୋକ ଘଟିଛ । ବୀମାରୀ କାରଣରୁ ଗତ କିଛିଦିନ ଧରି ସେ ଚିକିତ୍ସିତ ହେଉଥିଲେ । ଶିବଙ୍କ ଅଚାନକ ବିୟୋଗକୁ ନେଇ ରାଜନୈତିକ ମହଲରେ ନିରାଶା ଖେଳିଯାଇଛି ।

ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲାର ଗାସଡ଼ି ଆସନରୁ ଶିବ ପ୍ରତାପ ସପା ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ କିଛିଦିନ ଧରି ବିମାରୀ ସହ ଜଡ଼ିତ ଥିବା କୁହାଯାଉଛି । ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ଚିକିତ୍ସା ସମୟରେ ବିଳମ୍ବିତ ରାତ୍ରିରେ ତାଙ୍କର ବିୟୋଗ ଘଟିଥିଲା । ତାଙ୍କର ଅଚାନକ ବିୟୋଗକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି । ଶିବ ପ୍ରତାପଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି ।