fbpx
BSKY SKY
BSKY SKY

ଅଷ୍ଟ୍ରେଲିଆ ଓପନରେ ବଡ଼ ବିପର୍ଯ୍ୟୟ: ସେମିରେ ହାରିଲେ ଜୋକୋଭିକ, ଫାଇନାଲରେ ପହଞ୍ଚିଲେ ଇଟାଲି ତାରକା ୟାନିକ

BSKY

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତାରକା ନୋଭାକ ଡି’ଜୋକୋଭିକ୍ ସେମିଫାଇନାଲରେ ପରାସ୍ତ ହୋଇ ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି । ଅପରପକ୍ଷରେ ଚତୁର୍ଥ ସିଡ୍ ଇଟାଲିର ୟାନିକ ସିନର ସେମିରେ ଜିତି ଫାଇନାଲରେ ପହଞ୍ଚିଛନ୍ତି । ମେଲବର୍ଣ୍ଣ ପାର୍କରେ ପ୍ରଥମ ଥର ପାଇଁ ଜୋକୋଭିକ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି ।

ବିଶ୍ୱର ଏକ ନମ୍ବର ଟେନିସ୍ ତାରକା ଜୋକୋଭିକ୍ ସେମିଫାଇନାଲରେ ଚତୁର୍ଥ ସିଡ୍ ଇଟାଲିର ୟାନିକଙ୍କଠାରୁ ୧-୬, ୨-୬, ୭-୬ (୮-୬), ୩-୬ ସେଟରେ ପରାସ୍ତ ହୋଇଛନ୍ତି । ମେଣବର୍ଣ୍ଣ ପାର୍କରେ ଚାଲିଥିବା ଏହି ସେମିଫାଇନାଲ ମୁକାବିଲା ୩ ଘଣ୍ଟା ଓ ୨୩ ମିନିଟ୍ ଧରି ଚାଲିଥିଲା । ପ୍ରଥମ ଥର ପାଇଁ ଜୋକୋଭିକ ଅଷ୍ଟ୍ରେଲିଆ ଓପନ ସେମିରେ ପରାସ୍ତ ହୋଇଛନ୍ତି ।

୨୪ ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିୟନ ହୋଇଥିବା ଜୋକୋଭିକ ଏହା ପୂର୍ବରୁ ମେଲବର୍ଣ୍ଣ ପାକରେ ସମସ୍ତ ୧୦ଟି ସେମିଫାଇନାଲରେ ଜିତିଥିଲେ । ସେ ୪୮ ଥର ଗ୍ରାଣ୍ଡ ସ୍ଲାମ ସେମିରେ ପହଞ୍ଚିଥିଲେ । ୨୨ ବର୍ଷୀୟ ୟାନିକ ବର୍ତ୍ତମାନ ସମୟରେ ଫୁଲ ଫର୍ମରେ ରହିଥିବା ବେଳେ ସେ ଗତ ୨୦ ମ୍ୟାଚରୁ ୧୯ଟି ଜିତିଛନ୍ତି । ଅକ୍ଟୋବର ମାସ ଠାରୁ ସେ ଦୁଇଟି ଏଟିପି ଓ ଡେଭିସ ଟାଇଟଲ ଜିତିସାରିଛନ୍ତି । ଗତବର୍ଷ ମଧ୍ୟ ୟାନିକ ଜୋକୋଭିକଙ୍କ ଦୁଇଥର ହରାଇଥିଲେ । ରୁଷିଆର ଡେନିୟଲ ମେଦବେଦେଭ ଓ ଜର୍ମାନୀର ଆଲେକଜାଣ୍ଡାର ଜରିଭଙ୍କ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ । ଉକ୍ତ ମ୍ୟାଚର ବିଜେତାଙ୍କ ସହ ୟାନିକଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

Get real time updates directly on you device, subscribe now.