fbpx

Republic Dayରେ ଆପଲ ଦେଉଛି ଦମଦାର ଅଫର, ମାତ୍ର ୪୪,୯୦୦ ଟଙ୍କାରେ ଘରକୁ ଆଣନ୍ତୁ iPhone 15

ନୂଆଦିଲ୍ଲୀ: ଆପଲ iPhone 15କୁ ଏବେ ଆପଣ ସବୁଠାରୁ ଶସ୍ତାରେ ଘରକୁ ଆଣିପାରିବେ । ବର୍ତ୍ତମାନ iPhone 15 ଉପରେ ସବୁଠାରୁ ଶସ୍ତା ଡିସକାଉଣ୍ଟ ଦିଆଯାଉଛି । ଆପଲର ଆଇଷ୍ଟୋରରେ ଏହି ବମ୍ପର ଅଫର ଦିଆଯାଉଛି । ଆଇଷ୍ଟୋର କମ୍ପାନୀର ଅଫିସିଆଲ ରିସେଲର ଅଟେ । ରିପବ୍ଲିକ ଡେ’ରେ କମ୍ପାନୀ iPhone 15 କୁ ମାତ୍ର ୪୪ ହଜାର ୯୦୦ଶହ ଟଙ୍କାରେ ଘରକୁ ନେବାର ସୁଯୋଗ ଦେଉଛି ।

ଆପଲ iPhone 15 କୁ ଗତ ବର୍ଷ ସେପ୍ଟେମ୍ବରରେ ଲଞ୍ଚ କରିଥିଲା । ଏହାର ମୂଲ୍ୟ ୭୯,୯୯୦ ଟଙ୍କା ଅଟେ । ଆଇଷ୍ଟୋରରେ ଏଥିରେ ବହୁ ପ୍ରକାର ରିହାତି ଦିଆଯାଉଛି । ଯେଉଁଥିରେ ସର୍ବପ୍ରଥମେ ୫ହଜାର ଟଙ୍କାର ଷ୍ଟୋର ରିହାତି ରହୁଛି । ୪,୦୦୦ ଟଙ୍କାର ଇନଷ୍ଟାଣ୍ଟ କ୍ୟାସବ୍ୟାକ, ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ଭ୍ୟାଲ୍ୟୁ ଏବଂ ୬,୦୦୦ ଟଙ୍କାର ଆଡିସନାଲ ଏକ୍ସଚେଞ୍ଜ ବୋନସ କମ୍ପାନୀ ପକ୍ଷରୁ ଦିଆଯାଉଛି । ସମସ୍ତ ରିହାତି ପରେ ଆପଣ iPhone 15 କୁ ମାତ୍ର ୪୪,୯୦୦ ଟଙ୍କାରେ ଘରକୁ ଆଣିପାରିବେ ।

ଧ୍ୟାନ ଦିଅନ୍ତୁ, କମ୍ପାନୀ ୱେବସାଇଟରେ ଉଲ୍ଲେଖ କରାଯାଇଥିବା ବିନିମୟ ମୂଲ୍ୟ ଏକ ଭଲ ଆଇଫୋନ୍ ୧୨ ପାଇଁ ଅଟେ ଯାହାକି ୱାର୍କ କଣ୍ଡିସନରେ ରହିବ, ଏହି ମୂଲ୍ୟ ଆପଣଙ୍କ ସ୍ମାର୍ଟଫୋନ୍ ଉପରେ ନିର୍ଭର କରି କମ୍ ହୋଇପାରେ । ଯଦି ଆପଣଙ୍କର ଫୋନ୍ ସଂପୂର୍ଣ୍ଣ ଅଦରକାରୀ ଅବସ୍ଥାରେ ଅଛି ତେବେ ଆପଣ ଏଥିରୁ କୌଣସି ମୂଲ୍ୟ ପାଇବେ ନାହିଁ।

ଧ୍ୟାନ ଦିଅନ୍ତୁ, କମ୍ପାନୀ ୱେବସାଇଟରେ ଉଲ୍ଲେଖ କରାଯାଇଥିବା ବିନିମୟ ମୂଲ୍ୟ ଏକ ଭଲ ଆଇଫୋନ୍ ୧୨ ପାଇଁ ଅଟେ ଯାହାକି ୱାର୍କ କଣ୍ଡିସନରେ ରହିବ, ଏହି ମୂଲ୍ୟ ଆପଣଙ୍କ ସ୍ମାର୍ଟଫୋନ୍ ଉପରେ ନିର୍ଭର କରି କମ୍ ବି ହୋଇପାରେ। ଯଦି ଆପଣଙ୍କର ଫୋନ୍ ସଂପୂର୍ଣ୍ଣ ଅଦରକାରୀ ଅବସ୍ଥାରେ ଅଛି ତେବେ ଆପଣ ଏଥିରୁ କୌଣସି ମୂଲ୍ୟ ପାଇବେ ନାହିଁ।

Get real time updates directly on you device, subscribe now.