fbpx
BSKY SKY
BSKY SKY

ନୂଆ ପଦକ୍ଷେପ ନେବେ ଟେଲିକମ୍ କମ୍ପାନୀ: ଏଣିକି ଦୁଇଟି ସିମ୍ ବ୍ୟବହାର କରୁଥିବା ସମସ୍ତ ଗ୍ରାହକଙ୍କୁ ଅଧିକ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ !

BSKY

ନୂଆଦିଲ୍ଲୀ: ବର୍ତ୍ତମାନର ଇଣ୍ଟରନେଟ ଜମାନାରେ ଅଧିକାଂଶ ଲୋକ ନିଜ ନିଜର ସ୍ମାର୍ଟଫୋନରେ ଦୁଇଟି ଲେଖାଏଁ ସିମ୍ ବ୍ୟବହାର କରୁଛନ୍ତି । ଏପରି ସ୍ଥିତିରେ ଗୋଟିଏ ସିମରେ ଇଣ୍ଟରନେଟ ଚଳାଇବା ସହିତ ଦ୍ୱିତୀୟଟିକୁ ସକ୍ରିୟ ରଖିବା ପାଇଁ ସର୍ବନିମ୍ନ ରିଚାର୍ଜ କରିବାକୁ ପଡ଼ିଥାଏ । ଏବେ ଏୟାରଟେଲ, ଭୋଡ଼ାଫୋନ ଓ ରିଲାଏନ୍ସ ଜିଓ ପରି ଟେଲିକମ୍ କମ୍ପାନୀମାନଙ୍କରର ସିମକୁ ଆକ୍ଟିଭେଟ ରଖିବାକୁ ହେଲେ ଗ୍ରାହକଙ୍କୁ ସର୍ବନିମ୍ନ ୧୫୦ ଟଙ୍କାର ରିଚାର୍ଜ କରିବାକୁ ପଡ଼ୁଛି ।

ତେବେ ଟାରିଫରେ ବୃଦ୍ଧି ପରେ ସିମ୍ ଆକ୍ଟିଭେଟ ରଖିବା ପାଇଁ ଗ୍ରାହକଙ୍କ ୧୫୦ ଟଙ୍କା ବଦଳରେ ୧୮୦ରୁ ଆରମ୍ଭ ୨୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିପାରେ । ଅର୍ଥାତ ଯଦି ଆପଣ ଦୁଇଟି ସିମ୍ ଚଳାଉଛନ୍ତି, ତେବେ ସେଥିପାଇଁ ଆପଣଙ୍କୁ ଅତିକମରେ ମାସକୁ ବା ୨୮ ଦିନ ପାଇଁ ୪୦୦ ଟଙ୍କାର ରିଚାର୍ଜ କରିବାକୁ ପଡ଼ିପାରେ । ଆଗାମୀ କିଛି ମାସରେ ଜିଓ, ଏୟାରଟେଲ ଓ ଭୋଡ଼ାଫୋନ ନିଜର ପ୍ରିପେଟ ଓ ପୋଷ୍ଟପୋଷ୍ଟ ରିଚାର୍ଜ ପ୍ଲାନରେ ବୃଦ୍ଧି କରିପାରନ୍ତି ବୋଲି ଇଣ୍ଡଷ୍ଟ୍ରି ସହ ଜଡ଼ିତ କିଛି ଏକ୍ସପର୍ଟ ଅନୁମାନ କରିଛନ୍ତି ।

Get real time updates directly on you device, subscribe now.