fbpx
BSKY SKY
BSKY SKY

ଆଶଙ୍କାରେ ଅଲିମ୍ପିକ୍ସ ସ୍ୱପ୍ନ: କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସସପେଣ୍ଡ କଲା NADA

BSKY

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପଦକ ବିଜେତା ତଥା ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଲାଗିଛି ଏକ ବଡ଼ ଝଟକା । ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ବଜରଙ୍ଗଙ୍କୁ ସସପେଣ୍ଡ କରିଛି । ନାଡାର ଏହି ନିଷ୍ପତ୍ତି ପରେ ବଜରଙ୍ଗଙ୍କ ପ୍ୟାରିସ ଅଲିମ୍ପିକ୍ସ ସ୍ୱପ୍ନ ଏବେ ଆଶଙ୍କା ମଧ୍ୟକୁ ଚାଲିଯାଇଛି । ଗତ ମାର୍ଚ୍ଚ ୧୦ରେ ସୋନୀପତରେ ହୋଇଥିବା ସିଲେକ୍ସନ ଟ୍ରାଏଲରେ ବଜରଙ୍ଗ ଡୋପ ଟେଷ୍ଟ ଦେଇନଥିଲେ । ତେଣୁ ବଜରଙ୍ଗଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନାଡା ପକ୍ଷରୁ କୁହାଯାଇଛି ।

ନାଡା ପକ୍ଷରୁ କୁହାଯାଇଛି, ଏନଏଡିଆର ୨୦୨୧ ଆର୍ଟିକଲ ୭.୪ ଅନୁସାରେ ବଜରଙ୍ଗଙ୍କୁ ତ୍ୱରିତ ପ୍ରଭାବରେ ସମ୍ଭାବ୍ୟ ଭାବେ ସସପେଣ୍ଡ କରାଯାଇଛି । ଯେ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ଓ ନିଷ୍ପତ୍ତି ହୋଇନାହିଁ, ସେ ପର୍ଯ୍ୟନ୍ତ ବଜରଙ୍ଗ କୌଣସି ପ୍ରତିଯୋଗିତା ବା କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ । ଯଦି ବଜରଙ୍ଗଙ୍କ ଉପରେ ଏହି ପଦକ୍ଷେପ କାଏମ୍ ରହେ, ତେବେ ସେ ଆଗକୁ ଅଲିମ୍ପିକ୍ସ ସିଲେକ୍ସନ ଟ୍ରାଏଲରେ ଅଂଶଗ୍ରହଣ କରିପାରିବେ ନାହିଁ । ଟ୍ରାଏଲରେ ଯେଉଁ ଖେଳାଳି ଜିତିବେ ସେ ପ୍ୟାରିସ ଅଲିମ୍ପିକ୍ସରେ ଦେଶ ତରଫରୁ ପ୍ରତିନିଧିତ୍ୱ କରିବେ ।

Get real time updates directly on you device, subscribe now.