fbpx
BSKY
BJD YOUTH SKY
BJD MS SKY

ଜେଲରୁ ମୁକୁଳିଲେ ବାହୁବଲି ଅନନ୍ତ ସିଂହ, ମିଳିଲା ୧୫ ଦିନର ପେରୋଲ, ପୁଷ୍ପ ବର୍ଷା କରି ସ୍ୱାଗତ ଜଣାଇଲେ ସମର୍ଥକ

ପାଟନା: ବିହାର ରାଜନୀତିରେ ‘ଛୋଟେ ସରକାର’ ନାଁରେ ଲୋକପ୍ରିୟ ବାହୁବଲି ଅନନ୍ତ ସିଂହଙ୍କୁ ଜେଲରୁ ମୁକ୍ତ କରାଯାଇଛି । ପୈତୃକ ସମ୍ପତ୍ତି ବଣ୍ଟନ ପାଇଁ ଅନନ୍ତଙ୍କୁ ୧୫ ଦିନ ପାଇଁ ପେରୋଲରେ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅନନ୍ତ ମୁକୁଳିବା ଖୁସିରେ ବହୁ ସଂଖ୍ୟାରେ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତାଙ୍କ ସ୍ୱାଗତ ପାଇଁ ପୁଷ୍ପ ବର୍ଷା କରାଯାଇଥିଲା । ତେବେ ଆଜି ସକାଳ ୪ଟା ୪୫ରେ ସେ ଜେଲରୁ ମୁକୁଳି ଥିବା ଜଣାପଡ଼ିଛି । କହିରଖୁଛୁ ଅନନ୍ତ ବର୍ତ୍ତମାନ ପାଟନାର ବେଉର୍ ଜେଲରେ ଦଣ୍ଡ ଭୋଗୁଛନ୍ତି ।

ବିହାର ସ୍ଥିତ ମୁଙ୍ଗେର ଲୋକସଭା ଆସନ ପାଇଁ ଆସନ୍ତା ମେ’ ୧୩ ତାରିଖରେ ଭୋଟ ଗ୍ରହଣ ହେବ । ଏଭଳି ସମୟରେ ଅନନ୍ତ ସିଂହ ଜେଲରୁ ୧୫ ଦିନ ପାଇଁ ପେରୋଲରେ ମୁକ୍ତ ହେବା ଗୁରୁତ୍ୱପୂର୍ଣ୍ଣ ଅଟେ । ଅପରପକ୍ଷରେ ରାଷ୍ଟ୍ରୀୟ ଜନତା ଦଳର ପ୍ରବକ୍ତା ମୃତ୍ୟୁଞ୍ଜୟ ତିୱାରି କହିଛନ୍ତି, ‘ସରକାର ପେରୋଲ ଦେଇଛନ୍ତି କିନ୍ତୁ ତାଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ବର୍ତ୍ତମାନ ସରକାର ବାହୁବଳ ଏବଂ ଧନବଳର ପ୍ରୟୋଗ କରି କିଛି ଆସନ ହାତେଇବାକୁ ଚାହୁଁଛି । କିନ୍ତୁ ଏହା ସମ୍ଭବ ନୁହେଁ କାରଣ ଜନତା ତେଜସ୍ୱୀ ଯାଦବଙ୍କ ସହ ରହିଛି । ଗଣତନ୍ତ୍ରରେ ଜନତାର ବଳ ସବୁଠାରୁ ବଡ଼ ବଳ । ସରକାର କାହାକୁ ବି ପେରୋଲ ଦେଲେ କିଛି ଫରକ ପଡ଼େ ନାହିଁ । ସରକାର ଅନ୍ୟକୁ କ’ଣ ପେରୋଲ ଦେବ, ସିଏ ନିଜେ ପେରୋଲରେ ଅଛନ୍ତି ।’

Get real time updates directly on you device, subscribe now.