fbpx

(Video) ସ୍ୱାମୀ ମରିଗଲା ପରେ ଧଳା ଶାଢ଼ୀ କାହିଁକି ପିନ୍ଧନ୍ତି ମହିଳା ? ବିଧବା ମହିଳାଙ୍କୁ ନେଇ କ’ଣ ଏହି ରହସ୍ୟ

AAKASH

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଧଳା ରଙ୍ଗ ହେଉଛି ସବୁଠାରୁ ପବିତ୍ର । ବିଧବା ନାରୀଟିଏ ଧଳା ଶାଢ଼ୀ ପିନ୍ଧିବାର ଅର୍ଥ ହେଉଛି ମୃତ ସ୍ୱାମୀଙ୍କୁ ସମ୍ମାନ ଜଣାଇବା । ସ୍ୱାମୀଙ୍କ ଦେହାନ୍ତ ପରେ, ପତ୍ନୀଙ୍କର ସଜେଇ ହେବାର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି, ଚିନ୍ତା କରି ପତ୍ନୀଙ୍କୁ ରଂଗୀନ ଦୁନିଆରୁ ଦୁରେଇ ରଖାଯାଏ ।

ଧଳା ଶାଢ଼ୀ କେଉଁ ମାନେ ପିନ୍ଧନ୍ତି, ଏକଥା ସଭିଙ୍କୁ ଜଣା । ଯେଉଁ ମହିଳାଙ୍କ ସ୍ୱାମୀ ଆରପାରିକୁ ଚାଲିଯାନ୍ତି, ସେହି ମହିଳାଙ୍କୁ ଧଳା ଶାଢ଼ୀ ପିନ୍ଧିବାକୁ କୁହାଯାଇଥାଏ । ସ୍ୱାମୀ ଚାଲିଯିବା ପର ଠାରୁ, ପ୍ରତ୍ୟକ ଦିନ ବିଧବା ମହିଳା ମାନେ ଧଳା ଶାଢ଼ୀ ପିନ୍ଧିଥାନ୍ତି । ହେଲେ ଆମେ ଜାଣି ନଥାନ୍ତି ଯେ, ଧଳା ଶାଢୀରେ ଏମିତି କଣ ରହିଛି, ଯାହା ଯୁଗ ଯୁଗରୁ ଏଭଳି ପ୍ରଥା ଚାଲି ଆସିଛି । ସ୍ୱାମୀ ହରା ମହିଳା ମାନେ କେବଳ ଧଳା ଶାଢ଼ୀ ହିଁ ପିନ୍ଧିଥାନ୍ତି । ବିଧବା ମହିଳାଙ୍କୁ ରଙ୍ଗିନ ଶାଢ଼ୀ ଦିଆଯାଇ ନଥାଏ, ସେମାନେ କେବଳ ଧଳା ଶାଢ଼ୀ ପିନ୍ଧନ୍ତି । ତେବେ ଆସନ୍ତୁ ଜାଣିବା ଧଳା ଶାଢୀରେ ଏମିତି କଣ ରହିଛି ଯେ, ଯାହା ବିଧବା ମହିଳା ମାନେ ଏହାକୁ ବ୍ୟବହାର କରିଥାନ୍ତି । ବିବାହ ପରେ ଜଣେ ମହିଳା, ନିଜ ସ୍ବାମୀଙ୍କ ପାଇଁ ଷୋହଳ ଶୃଙ୍ଗାର କରିଥାନ୍ତି । ବିବାହିତା ମହିଳାଙ୍କ, ସ୍ବାମୀଙ୍କ ପ୍ରତି ଏହି ଅବିସ୍ମରଣୀୟ ପ୍ରେମ ରହିଥାଏ । ଜଣେ ବିବାହିତା ମହିଳାଙ୍କ ଜୀବନ ଅନେକ ରଙ୍ଗରେ ପରିପୂର୍ଣ୍ଣ । କିନ୍ତୁ ଯେତେବେଳେ ସ୍ବାମୀ ମରିଯାଏ, ସେତେବେଳେ ତାଙ୍କୁ ରଙ୍ଗୀନ ପୋଷାକ ପିନ୍ଧିବାକୁ ବାରଣ କରାଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଧଳା ରଙ୍ଗ ହେଉଛି ସବୁଠାରୁ ପବିତ୍ର । ବିଧବା ନାରୀଟିଏ ଧଳା ଶାଢ଼ୀ ପିନ୍ଧିବାର ଅର୍ଥ ହେଉଛି ମୃତ ସ୍ବାମୀଙ୍କୁ ସମ୍ମାନ ଜଣାଇବା । ସ୍ବାମୀଙ୍କ ଦେହାନ୍ତ ପରେ, ପତ୍ନୀଙ୍କର ସଜେଇ ହେବାର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି, ଚିନ୍ତା କରି ପତ୍ନୀଙ୍କୁ ରଂଗୀନ ଦୁନିଆରୁ ଦୁରେଇ ରଖାଯାଏ । ସ୍ୱାମୀ ଚାଲିଯିବାର ଦୁଃଖ ଆଉ କଷ୍ଟ, ଅନେକ ସଂଘର୍ଷରେ ପରିପୂର୍ଣ୍ଣ ହୋଇ ରହିଥାଏ । ଏପରି ପରିସ୍ଥିତିରେ, ଜଣେ ବିଧବା ମହିଳା ଇଶ୍ବରଙ୍କ କୃପା ଆବଶ୍ୟକ କରନ୍ତି । ଧଳା ରଙ୍ଗର ପୋଷାକ ତାଙ୍କୁ ମନୋବଳ ଏବଂ ଶୁଦ୍ଧତା ଦେଇଥାଏ । ତେବେ ଏଥିପାଇଁ ଧଳା ଶାଢ଼ୀ ପିନ୍ଧିଥାନ୍ତି, ସ୍ୱାମୀ ହରାଇଥିବା ମହିଳା ।

Get real time updates directly on you device, subscribe now.