fbpx

ଡାର୍କ ମିଟର୍, ଡାର୍କ ଏନର୍ଜୀ… ବ୍ରହ୍ମାଣ୍ଡର ସବୁଠୁ ବଡ଼ ରହସ୍ୟ ଉପରୁ ଉଠିବ ପରଦା: ଦେଖନ୍ତୁ ରିପୋର୍ଟ

AAKASH

ଓଡ଼ିଶା ଭାସ୍କର: ସାରା ବ୍ରହ୍ମାଣ୍ଡରେ ଅନେକ ଗୁଡ଼ିଏ ରହସ୍ୟ ଲୁଚି ରହିଛି । କୁହାଯାଏ, ପୃଥିବୀରେ ୭ଟି ଆଶ୍ଚର୍ଯ୍ୟକର ଜିନିଷ ରହିଛି । ଏହିସବୁ ରହସ୍ୟ ଉପରୁ ଅନେକ ଥର ବୈଜ୍ଞାନିକ ଏବଂ ଜ୍ୟୋତିର୍ବିଦମାନେ ପରଦା ଉଠାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରିନାହାନ୍ତି । ଅଧିକାଂଶ ସମୟରେ ନିରାଶ ହୋଇ ଫେରିଛନ୍ତି ମହାରଥୀ । ତେଣୁ ବ୍ରହ୍ମାଣ୍ଡ ଏହିସବୁ ରହସ୍ୟ ଏବେ ସେହିପରି ଭାବରେ ରହସ୍ୟ ହୋଇ ରହିଯାଇଛି । ତେବେ ବର୍ତ୍ତମାନ ଦାବି ହେଉଛି ଯେ, ବ୍ରହ୍ମାଣ୍ଡ କିଛି ରହସ୍ୟ ଉପରୁ ପରଦା ଉଠାଇବ ୟୁକ୍ଲିଡ ଟେଲିସ୍କୋପ ।

Euclid Telescope Images: गैलेक्सी Abell 2390 का फोटो

ୟୁକ୍ଲିଡ ଟେଲିସ୍କୋପ(Euclid Telescope) ପୃଥିବୀରୁ ପ୍ରାୟ ୨.୭ ବିଲିୟନ୍ ପ୍ରକାଶବର୍ଷ ଦୂରରେ ଅବସ୍ଥିତ ଗ୍ୟାଲେକ୍ସି କ୍ଲଷ୍ଟର Abell 2390ର ଫଟୋ ଉଠାଇଛି । ଏହି କ୍ଲଷ୍ଟରରେ ୫୦ ହଜାରରୁ ଅଧିକ ଆକାଶଗଙ୍ଗା ମଧ୍ୟ ଉପସ୍ଥିତ ରହିଛନ୍ତି । ପ୍ରତ୍ୟେକ ଆକାଶଗଙ୍ଗାରେ କୋଟି କୋଟି ତାରା ରହିଥାନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କ ଆକାର ସୂର୍ଯ୍ୟଙ୍କ ଅପେକ୍ଷା ଅନେକ ଗୁଣ ବଡ଼ ହୋଇଥାଏ । ଆବେଲ ୨୩୯୦ରେ ୟୁକ୍ଲିଡ ଟେଲିସ୍କୋପ ‘ଅନାଥ ତାରା’ର ତୀକ୍ଷ୍ଣ ରଶ୍ମୀକୁ ମଧ୍ୟ କ୍ୟାମେରାରେ କଏଦ କରିଛି । ଏଗୁଡ଼ିକ ଗ୍ୟାଲେକ୍ସି କ୍ଲଷ୍ଟର୍ସ ମଧ୍ୟରେ ଘୁରି ବୁଲିଥାନ୍ତି । ୟୁକ୍ଲିଡ ମିଶନରେ କାମ କରୁଥିବା ଫ୍ରେଞ୍ଚ ବୈଜ୍ଞାନିକ ଜିନ-ଚାର୍ଲସ କୁଡଲେଣ୍ଡ୍ରେ କହିଛନ୍ତି ଯେ, ଏହି ତାରା ଯେବେ ଆକାଶଗଙ୍ଗାରୁ ବାହାରକୁ ବାହାରି ଯାଇଥାନ୍ତି, ଏମାନେ ଏକ ବାଦଲ ଆକୃତି ଧାରଣ କରିଥାନ୍ତି । ଏହା ସମଗ୍ର କ୍ଲଷ୍ଟରର ଚର୍ତୁପାଶ୍ୱର୍ରେ ଉପସ୍ଥିତ ରହିଥାନ୍ତି । ଏଷ୍ଟ୍ରୋନୋମର୍ସଙ୍କ ଅନୁସାରେ, ଏହି ଆଶ୍ଚର୍ଯ୍ୟକର ଘଟଣା ଆକାଶଗଙ୍ଗା ମଝିରେ ଡାର୍କ ମିଟରର ଉପସ୍ଥିତିକୁ ଇସାରା କରୁଛି ।

Euclid Telescope Images: तारों की नर्सरी Messier 78

ୟୁକ୍ଲିଡ Messier 78 ନାମକ ନର୍ସରୀର ଏକ ଫଟୋ କଏଦ କରିଛି । ଏଠାରେ ପୃଥିବୀରୁ ୧୩୦୦ ପ୍ରକାଶବର୍ଷ ଦୂରରେ ତାରାମାନଙ୍କର ଜନ୍ମ ହୋଇଥାଏ । ଏହି ଫଟୋର କେନ୍ଦ୍ରରେ ଦେଖା ଯାଉଥିବା ହାଲକା ନୀଳ ସ୍ଥାନରେ ବର୍ତ୍ତମାନ ମଧ୍ୟ ତାରା ପ୍ରସ୍ତୁତ ହୋଇଥାଏ । ଲକ୍ଷ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରହିବା ପରେ, ଏହି ଫଟୋର ତଳଭାଗରେ ବାଇଗଣୀ ଏବଂ ନାରଙ୍ଗୀ ବାଦଲରୁ ବାହାରିଥାଏ । Abell 2764 ନାମକ ଗ୍ୟାଲେକ୍ସି କ୍ଲାଷ୍ଟରର ଫଟୋ ଏକ କାଳ ବିସ୍ତାରକୁ ଦର୍ଶାଇଛି । ଏଥିରେ ଏକ ହଳଦିଆ ତାରା ରହିଛି । କୁଇଲେଣ୍ଡ୍ରେଙ୍କ ଅନୁସାରେ, ଏହା ଟେଲିସ୍କୋପକୁ ପଏଣ୍ଟ କରିବାରେ ଗଡ଼ବଡ଼ ଯୋଗୁଁ ହୋଇଥାଏ । କିନ୍ତୁ ଏଥିରେ ୟୁକ୍ଲିଡର ପ୍ରକାଶକୁ କେନ୍ଦ୍ରିତ କରିବାର ସମ୍ପୂର୍ଣ୍ଣ ଭିନ୍ନ କ୍ଷମତାର ପରିଚୟ ମିଳିଥାଏ । କାରଣ ଏହା ଏକ ଉଜ୍ଜ୍ୱଳ ତାରା ନିକଟରେ ଉପସ୍ଥିତ ଧୂଆଁଳିଆ ଜିନିଷକୁ ମଧ୍ୟ ଦରି ରଖିଥାଏ ।

Euclid Telescope Images: Abell 2764 में पीला तारा

Get real time updates directly on you device, subscribe now.