fbpx

ଜୀବନରେ ଏହି ୪ ପ୍ରକାର ଲୋକଙ୍କର କେବେ ବି କରନ୍ତୁନି ଅପମାନ, ଅନ୍ୟଥା ପାପର ଭାଗିଦାର ହେବେ

AAKASH

ଓଡ଼ିଶା ଭାସ୍କର:ଅର୍ଥଶାସ୍ତ୍ରର ମହାନ୍ ବିଦ୍ୱାନ ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ ଧନ, ଉନ୍ନତି, ମିତ୍ରତା, ମାନ ସମ୍ମାନକୁ ନେଇ ମାନବ ସମାଜକୁ ବିଭିନ୍ନ ପରାମର୍ଶ ଦେଇଛନ୍ତି । ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ନୀତି ଆପଣାଇ ଜଣେ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିପାରିବ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଆମେ କେବେ ବି କାହାର ଅପମାନ କରିବା ଅନୁଚିତ । ବରଂ ଅନ୍ୟକୁ ସମ୍ମାନ କରିବା ଉଚିତ ।
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଜୀବନରେ ୪ ଲୋକ ପିତା ତୁଲ୍ୟ ହୋଇଥାନ୍ତି ଯାହାଙ୍କୁ କେବେ ବି ଅପମାନ କରିବା ଅନୁଚିତ । ଆସନ୍ତୁ ଜାଣିବା ଏହି ୪ ଲୋକଙ୍କ ବିଷୟରେ ।

ମାତା: କେବେ ବି ନିଜ ମା’ କିମ୍ବା ଅନ୍ୟର ମା’ଙ୍କୁ ଅପମାନ କରିବା ଅନୁଚିତ । ଏପରି କରିବା ଦ୍ୱାରା ବ୍ୟକ୍ତି ପାପର ଭାଗିଦାର ପାଲଟିଯାଏ ।
ପିତା:ସେହିପରି ନିଜ ପିତା କିମ୍ବା ଅନ୍ୟର ପିତାଙ୍କୁ ବି କେବେ ଅପମାନ କରିବା ଅନୁଚିତ । ଯଦି ବି ଏପରି କରିଛନ୍ତି ତେବେ ତୁରନ୍ତ ଭୁଲ୍ ମାଗନ୍ତୁ ।
ଗୁରୁ:ବ୍ୟକ୍ତି କେବେ ବି ନିଜ ଗୁରୁ କିମ୍ବା ଶିକ୍ଷକଙ୍କ ଅପମାନ କରିବା ଅନୁଚିତ । ଯେଉଁ ବ୍ୟକ୍ତି ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢି ତୋଳିବା ଲାଗି ପ୍ରୟାସ କରୁଛନ୍ତି ତାଙ୍କ ସମ୍ମାନ କରିବା ଉଚିତ ।
ବ୍ରାହ୍ମଣ:ରାସ୍ତାରେ ଯାଉଥିବା କିମ୍ବା ଆପଣଙ୍କ ଘରକୁ ଆସୁଥିବା କୌଣସି ବ୍ରାହ୍ମଣଙ୍କର ବି ଅପମାନ କରନ୍ତୁ ନାହିଁ । ବରଂ ତାଙ୍କୁ ସହାୟତାର ହାତ ବଢାନ୍ତୁ । ଏହାଦ୍ୱାରା ତାଙ୍କ ଆଶୀର୍ବାଦରୁ ଆପଣଙ୍କର ସବୁ ଶୁଭ ହେବ ।

Get real time updates directly on you device, subscribe now.