fbpx
BJD
BJD SKY
BJD SKY

‘ମୁଁ ଦରମା ନେଉଛି ହେଲେ ଗାନ୍ଧୀ ପରିବାରର ଚାକିରି କରୁନି’, ଆମେଥିର କଂଗ୍ରେସ ପ୍ରାର୍ଥୀ କେଏଲ ଶର୍ମା କହିଲେ ଏପରି କଥା

ନୂଆଦିଲ୍ଲୀ: କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଉତ୍ତର ପ୍ରଦେଶ ଆମେଥି ଲୋକସଭା ଆସନ ପାଇଁ ଟିକେଟ ଦେଇଛି । ଏହି ଆସନରୁ ତାଙ୍କର ଲଢେଇ ବିଜେପିର ସ୍ମୃତି ଇରାନୀଙ୍କ ସହ ହେବ । କେଏଲ ଶର୍ମାଙ୍କର ଗାନ୍ଧୀ ପରିବାର ସହ ଘନିଷ୍ଠ ସଂପର୍କ ରହିଛି ବୋଲି କୁହାଯାଏ । ହେବେ ଏହି ନିର୍ବାଚନ ମଧ୍ୟରେ ନାମାଙ୍କନ ସରିବା ପରେ କଂଗ୍ରେସ ପ୍ରାର୍ଥୀଙ୍କ ବୟାନ ସାମ୍ନାକୁ ଆସିଛି ।

କଂଗ୍ରେସ ପ୍ରାର୍ଥୀ କହିଛନ୍ତି ଯେ, ‘ଏହି ନିଷ୍ପତ୍ତି ଶ୍ରେଷ୍ଠ ନେତୃତ୍ୱର ଥିଲା । ପ୍ରଥମେ ଜଣାନଥିଲା ଯେ, ଏଠାରେ କିଏ ନିର୍ବାଚନ ଲଢିବେ । ବର୍ତ୍ତମାନ ମୁଁ କହୁଛି ଏଠାରେ ମୁଁ ସ୍ମୃତି ଇରାନୀଙ୍କୁ ହରାଇବି । ମୁଁ ଏଠାରେ ଗାନ୍ଧୀ ପରିବାରର ଚାକିରି କରୁନି । ମୁଁ ଜଣେ ନେତା । ମୁଁ ଯୁବ କଂଗ୍ରେସ ଜରିଆରେ ୧୯୮୩ ମସିହାରେ ଏଠାକୁ ଆସିଛି । ମୁଁ କଂଗ୍ରେସ ଠାରୁ କୌଣସି ଦରମା ନେଉନାହିଁ । ଯେତେବେଳେ ମୁଁ ଆସିଥିଲି ତାଙ୍କର ଉଚ୍ଚ ମାନ୍ୟତା ଥିଲା, ଯିଏ ଯେଉଁଭଳି ସଂସ୍କାର ପାଇବ ସେ ସେପରି ପ୍ରଦର୍ଶନ କରିବ ।’

Get real time updates directly on you device, subscribe now.