fbpx

ରାତି ପାହିଲେ ତୃତୀୟ ପର୍ଯ୍ୟାୟ ଭୋଟ୍; ମତାଧିକାର ସାବ୍ୟସ୍ତ କରିବେ ଭୋଟର୍, ନେତାଙ୍କ ଛାତି ଧଡ଼୍‌ଧଡ଼୍

AAKASH

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ସରିଛି ସମସ୍ତ ପ୍ରସ୍ତୁତି। ଆସନ୍ତାକାଲି ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ।

ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ସମୁଦାୟ ୧୦ହଜାର ୫୫୧ ବୁଥ୍ କରାଯାଇଛି। ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ରହିଛି । ମତଦାନ କରିବେ ୯୪ ଲକ୍ଷରୁ ଅଧିକ ଭୋଟର। ୪୮ ଲକ୍ଷରୁ ଅଧିକ ପୁରୁଷ ଓ ୪୬ ଲକ୍ଷରୁ ଅଧିକ ମହିଳା ମତଦାତା ଅଛନ୍ତି।

ଫୋକସରେ ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ ଓ ପୁରୀରେ। ମତଦାନ ପାଇଁ ଚାଲିଛି ପ୍ରସ୍ତୁତି । ବୁଥ୍ ମୁହାଁ ପୋଲିଂ କର୍ମଚାରୀ । ହେଲ୍ପଡେସ୍କ କରାଯାଇ ସମସ୍ତ ସୂଚନା ଦିଆଯାଉଛି । ସେହିପରି କଟକରେ ବି ଚାଲିଛି ପ୍ରସ୍ତୁତି । ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଇଭିଏମ୍, ଭିଭିପାଟ୍ ଓ ଭୋଟିଂ ପାଇଁ ଆବଶ୍ୟକ ସାମଗ୍ରୀ ଧରି ବୁଥ୍ ଅଭିମୁଖେ ଯାଉଛନ୍ତି ପୋଲିଂ ପାର୍ଟି ।

ସମ୍ୱଲପୁରରେ ମଧ୍ୟ କାଲି ଭୋଟିଂ ହେବ। ରେଙ୍ଗାଲି ବିଧାନସଭା ଅଂଚଳରେ ୨୩୫ଟି ବୁଥ୍ କରାଯାଇଛି । ୧୫ଟି ପିଙ୍କ୍‌ ବୁଥ୍ ସହ ୧୪୧ବୁଥ୍‌ରେ ୱେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ସେହିପରି ପୁରୀରେ ବି ଜୋରସୋର୍ ଚାଲିଛି ପ୍ରସ୍ତୁତି । ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 

Get real time updates directly on you device, subscribe now.