fbpx

ବିଦେଶରେ କମାଲ ଦେଖାଇଲେ ପିଙ୍କ ଇ ରିକ୍ସା ଚାଳକ ଆରତୀ, ୟୁକେର ରୟାଲ ପୁରସ୍କାର ଜିତି ରଚିଲେ ଇତିହାସ

AAKASH

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପିଙ୍କ ଇ ରିକ୍ସା ଚାଳକ ଲଣ୍ଡନରେ ଦେଶର ନାମ ଉଜ୍ୱଳ କରିଛନ୍ତି । ୟୁପିର ବହରାଇଚ ଜିଲ୍ଲାରେ ରହୁଥିବା ପିଙ୍କ ଇ ରିକ୍ସା ଚାଳକ ଆରତୀଙ୍କୁ ୟୁନାଇଟେଡ କିଙ୍ଗଡମ ଅଫ ଗ୍ରେଟ ବ୍ରିଟେନରେ ପ୍ରତିଷ୍ଠିତ ମହିଳା ଶକ୍ତି ସମ୍ମାନରେ ସମ୍ମାନୀତ କରାଯାଇଛି । ସମ୍ମାନୀତ ହେବା ପରେ ମହିଳା ଇ ରିସ୍କା ଚାଳକ ବଙ୍କିଧମ ପ୍ୟାଲେସରେ ଅୟୋଜିତ କାର୍ଯ୍ୟକ୍ରମରେ କିଙ୍ଗ ଚାର୍ଲସ ୩ୟ ଙ୍କୁ ମଧ୍ୟ ଭେଟିଛନ୍ତି । ଆରତୀ ୭୫ ବର୍ଷୀୟ ସମ୍ରାଟଙ୍କୁ ଭେଟି ଖୁସି ହୋଇଥିବା ନଜର ଆସିଛନ୍ତି । ଆରତୀଙ୍କୁ ଲଣ୍ଡନରେ ମିଳିଥିବା ପ୍ରିନ୍ସ ଟ୍ରଷ୍ଟ ଆୱାର୍ଡସ ସମ୍ମିଳନୀରେ ବିଶ୍ୱ ପ୍ରସିଦ୍ଧ ମାନବାଧିକାର ବାରିଷ୍ଟର ନାମରେ ଅମାଲ କ୍ଲୁନି ମହିଳା ସଶକ୍ତିକରଣ ପୁରଷ୍କାର ପାଇଛନ୍ତି ।

ପିଙ୍କ ଇ ରିକ୍ସା ଚାଳକ ଆରତୀ ୟୁପିର ବହରାଇଚ ଜିଲ୍ଲାରେ ବାସ କରନ୍ତି । ଆରତୀଙ୍କୁ ଯୁବ ମହିଳା ଶକ୍ତିକୁ ପ୍ରେରଣା ଦେବା ଲାଗି ସମ୍ମାନୀତ କରାଯାଇଛି । ମହିଳାମାନେ ନୂଆ ପିଢିରେ ପରିବର୍ତ୍ତନ ଆଣିବା ଲାଗି ଆରତୀଙ୍କୁ ଏହି ସମ୍ମାନ ଦିଆଯାଇଛି । ଆରତୀ ସମ୍ମାନ ପାଇବା ପରେ ବଙ୍କିଧମ ପ୍ୟାଲେସରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ହୋଇଛନ୍ତି ।

ଆରତୀ କହିଛନ୍ତି ଯେ, ଏପରି ଚ୍ୟାଲେଞ୍ଜକୁ ସାମ୍ନା କରୁଥିବା ଅନ୍ୟ ଝିଅମାନଙ୍କୁ ପ୍ରେରିତ କରିବାରେ ସକ୍ଷମ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି । ମୁଁ ନିଜକୁ ସ୍ୱତନ୍ତ୍ର ଅନୁଭବ କରୁଛି ଏବଂ ଏବେ ଦୁନିଆକୁ ମଧ୍ୟ ଭିନ୍ନ ନଜରରେ ଦେଖିପାରୁଛି । ମୁଁ ଆତ୍ମନିର୍ଭରଶୀଳ ହୋଇପାରିଛି । ମୁଁ ନିଜର ଏବଂ ମୋ ଝିଅ-ପୁଅଙ୍କ ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ଅଟେ ।

Get real time updates directly on you device, subscribe now.