fbpx

୩ୟ ସନ୍ତାନ ଜନ୍ମ ହେବାରୁ ଅଯୋଗ୍ୟ ଘୋଷିତ: ବିଜେପିର ଦୁଇଜଣ କାଉନସିଲର ସଦସ୍ୟତା ହରାଇଲେ

AAKASH

ନୂଆଦିଲ୍ଲୀ: ତୃତୀୟ ସନ୍ତାନ ଜନ୍ମ ହେବା କାରଣରୁ ବିଜେପିର ଦୁଇଜଣ କାଉନସିଲର ସେମାନଙ୍କର ସଦସ୍ୟତା ହରାଇଛନ୍ତି । ଗୁଜରାଟ ନଗର ପାଳିକା ଆକ୍ଟ ୧୯୬୩ର ଉଲ୍ଲଂଘନ କରିବା କାରଣରୁ ଏହି ଦୁଇ କାଉନସିଲରଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଏହାକୁ ଦୁଇ କାଉନସିଲର ବିରୋଧ କରିଥିଲେ ହେଁ ଏହି ଯାଚିକାକୁ ଜିଲ୍ଲାପାଳ ଖାରଜ କରିଦେଇଥିଲେ । ଗୁଜରାଟର ଆମରେଲୀର ଦାମନଗର ନଗର ପାଳିକାର ଦୁଇ କାଉନସିଲରଙ୍କୁ ଏକ ବଡ଼ ଝଟକା ଲାଗିଛି ।

ଗତ ୨୦ତାରିଖରେ ଅମରେଲୀ ଜିଲ୍ଲାପାଳ ଦୁଇଜଣ କାଉନସିଲରଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ୨୦୨୧ ମସିହା ନିର୍ବାଚନ ସମୟରେ ଦୁଇ ସଦସ୍ୟଙ୍କର ୨ଟି ଲେଖାଏଁ ସନ୍ତାନ ରହିଥିଲେ । ମାତ୍ର ୨୦୨୩ ମସିହା ମେ ୧୦ରେ ଜଣଙ୍କର ତୃତୀୟ ସନ୍ତାନ ହୋଇଥିବା ବେଳେ ମାର୍ଚ୍ଚ ୧୪ରେ ଆଉ ଜଣଙ୍କର ତୃତୀୟ ସନ୍ତାନ ଜନ୍ମ ନେଇଥିଲା । ତେଣୁ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ଆଦେଶ ଜାରି କରିଥିଲେ । ଦୁହେଁ ଗୁଜରାଟ ନଗର ପାଳିକା ଅଧିନିୟମର ଧାରା ୧୧(୧)(ଏଚ)ର ଉଲ୍ଲଂଘନ କରିଥିଲେ । ଏହି ଆକ୍ଟକୁ ୨୦୦୫ ମସିହାରେ ସଂଶୋଧନ କରାଯାଇଥିଲା । ନିର୍ବାଚନ ଜିତିବା ପରେ ଯେଉଁ ଲୋକଙ୍କର ତୃତୀୟ ସନ୍ତାନ ଜନ୍ମ ନେବ ସେମାନେ ନଗଳପାଳିକା ସଦସ୍ୟ ହେବା ପାଇଁ ଅଯୋଗ୍ୟ ହେବ ବୋଲି ସେଥିରେ ନିୟମ ରହିଥିଲା ।

Get real time updates directly on you device, subscribe now.