fbpx

ଅଭିନେତ୍ରୀ ଲୈଲା ଖାନଙ୍କ ହତ୍ୟାକାରୀ ସାବତ ପିତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ୧୪ ବର୍ଷ ତଳର ମାମଲାର ରାୟ ପ୍ରକାଶ

AAKASH

ନୂଆଦିଲ୍ଲୀ: ୧୪ ବର୍ଷ ତଳର ମାମଲାର ରାୟ ପ୍ରକାଶ ପାଇଛି । ଅଭିନେତ୍ରୀ ଲୈଲା ଖାନ ଓ ତାଙ୍କ ପୂରା ପରିବାରଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ସାବତ ପିତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି । ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ମୁମ୍ବାଇ କୋର୍ଟ । ୧୪ ବର୍ଷ ତଳେ ଏହି ମାମଲା ଘଟିଥିବା ବେଳେ ଦୋଷୀ ଲୈଲା, ତାଙ୍କର ମାଆ, ଭାଇ ଓ ଭଉଣୀଙ୍କୁ ହତ୍ୟା କରିଥିଲା । ଚଳିତ ମାସ ଆରମ୍ଭରେ ଏହି ମାମଲାରେ ପରଭେଜ ଟାକ ହତ୍ୟା ଓ ପ୍ରମାଣ ନଷ୍ଟ ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

୨୦୧୧ ମସିହାରେ ଏହି ଘଟଣା ଘଟିଥିଲା । ସମ୍ପତ୍ତିକୁ ନେଇ ମୁମ୍ବାଇର ଇଗତପୁରୀ ସ୍ଥିତ ବଙ୍ଗଳାରେ ପତ୍ନୀ ସେଲିନାଙ୍କ ସହିତ ପରଭେଜ ଟାକଙ୍କର ବିବାଦ ହୋଇଥିଲା । ତା’ପରେ ପରଭେଜ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ । ପରଭେଜ ପ୍ରଥମେ ନିଜ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଥିଲେ ଓ ତା’ପରେ ଲୈଲା, ୪ ଜଣ ଭାଇ-ଭଉଣୀଙ୍କୁ ହତ୍ୟା କରିଥିଲେ । ତେବେ ସେଲିନା ଓ ତାଙ୍କ ପରିବାର ପରଭେଜଙ୍କ ଜଣେ ଚାକର ଭଳି ବ୍ୟବହାର କରିଥିବା ପରଭୋଜ ପୋଲିସକୁ ବୟାନ ଦେଇଥିଲା ।

ପରଭେଜଙ୍କୁ ଜମ୍ମୁ କଶ୍ମୀର ପୋଲିସ ବେଆଇନ ମାମଲାରେ ଗିରଫ କରିବା ପରେ ଏହି ହତ୍ୟା ମାମଲାର ଖୁଲାସା ହୋଇଥିଲା । ହତ୍ୟା ପରେ ଶବଗୁଡ଼କୁ ପରଭେଜ କୌଣସି ସ୍ଥାନରେ ଲୁଚାଇ ଦେଇଥିଲା । ତେଣୁ ଲୈଲା ଓ ତାଙ୍କ ପରିବାର ଦୁବାଇରେ ରହୁଥିବା ପରଭେଜ ପୋଲିସକୁ କହିଥିଲେ । ପରେ ସେ ସମସ୍ତଙ୍କୁ ମହାରାଷ୍ଟ୍ରରେ ହତ୍ୟା କରିଥିବା ନେଇ ଜମ୍ମୁ କଶ୍ମୀର ପୋଲିସକୁ କହିଥିଲା । ଏହାପରେ ମାମଲା ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।

Get real time updates directly on you device, subscribe now.