fbpx

ଆଲ୍ଲାଙ୍କ ଠାରେ ମୃତ୍ୟୁ ଭିକ୍ଷା କଲେ ବିଗ୍ ବସ୍ ୧୬ ବିଜୟୀ, ପୋଷ୍ଟ ଦେଖିବା ପରେ ଫ୍ୟାନ୍ସ ଚିନ୍ତାରେ

AAKASH

ଓଡ଼ିଶା ଭାସ୍କର: ବିଗ୍ ବସ୍ ୧୬ ବିଜୟୀ ଏମ୍‌ସି ଷ୍ଟାନ୍ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏପରି କିଛି ଲେଖି ଦେଇଛନ୍ତି ଯାହାକୁ ନେଇ ଫ୍ୟାନ୍ସଙ୍କ ହୋସ୍ ଉଡିଯାଇଛି । କିଛି ଘଣ୍ଟା ପୂର୍ବରୁ ର‌୍ୟାପର ଏମ୍‌ସି ଷ୍ଟାନ ନିଜର ଏକ ପୋଷ୍ଟରେ ଲେଖିଛନ୍ତି, “ଆଲ୍ଲା ମୋତେ କେବଳ ମୃତ୍ୟୁ ଦିଅନ୍ତୁ ।’ ତାଙ୍କର ଏହି ପୋଷ୍ଟରୁ ଜଣାପଡୁଛି କି ତାଙ୍କ ଜୀବନରେ କିଛି ଠିକ୍ ଚାଲୁନାହିଁ ।

ଫ୍ୟାନ୍ସଙ୍କୁ ଲାଗୁଛି କି ଷ୍ଟାନ ବଡ ଧରଣର ଡିପ୍ରେସନର ଶିକାର ହୋଇଛନ୍ତି । ୟୁଜର ଷ୍ଟାନଙ୍କୁ ସାହାସର ସହ ପରିସ୍ଥିତିର ସାମ୍ନା କରିବାକୁ କହିଛନ୍ତି । କିଛିଦିନ ତଳେ ଷ୍ଟାନ ବ୍ରେକଅପ୍‌କୁ ନେଇ ଏକ ପୋଷ୍ଟ କରିଥିଲେ । ସୋସିଆଲ ମିଡିଆ ଜରିଆରେ ସେ ହୃଦୟ ଭାଙ୍ଗିଯାଇଥିବା ନେଇ ପୋଷ୍ଟ କରିଥିଲେ ।

ଷ୍ଟାନ ନିଜ ଗାର୍ଲଫ୍ରେଣ୍ଡ ବୁବାଙ୍କ ପ୍ରେମରେ ପାଗଳ ଥିଲେ । ବୁବାଙ୍କ ପାଇଁ ସେ କେତେ ପାଗଳ ଥିଲେ ତାହା ସମସ୍ତେ ବିଗ୍ ବସ୍ ୧୬ରେ ଭଲ ଭାବେ ଦେଖିଛନ୍ତି । ବ୍ରେକ୍ ଅପ୍‌ର କିଛିଦିନ ପରେ ଷ୍ଟାନ ଏପରି ମୃତ୍ୟୁ ପାଇଁ ପ୍ରାର୍ଥନା କରିବା ଫ୍ୟାନ୍ସଙ୍କୁ ବଡ ଆଘାତ ଦେଇଛି । ଲୋକଙ୍କ ମତ ଷ୍ଟାନ ବୁବାଙ୍କ ବିନା ବଞ୍ଚି ପାରୁ ନାହାନ୍ତି । ୱାର୍କଫ୍ରଣ୍ଟ ଉପରେ ନଜର ପକାଇଲେ ଷ୍ଟାନ ଫିଲ୍ମ “ଫାର୍‌ରେ’ରୁ ବଲିଉଡ୍‌ରେ ପ୍ଲେବ୍ୟାକ୍ ଡେବ୍ୟୁ କରିଥିଲେ । ସେ ୨୦୧୮ରେ ର‌୍ୟାପ୍ ୱାର୍ଲ୍ଡରେ ଏଣ୍ଟ୍ରୀ କରିଥିଲେ ।

Get real time updates directly on you device, subscribe now.