fbpx
BSKY SKY
BSKY SKY

ମହାରାଷ୍ଟ୍ର ପାଇଁ କଂଗ୍ରେସ ଜାରି କଲା ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା

BSKY

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଅନେକ ନେତା ଦଳ ଛାଡ଼ୁଥିବା ଦେଖାଯାଉଛି ।

ତେବେ ଆସନ୍ତା ୭ ତାରିଖରେ ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ । ଏହା ମଧ୍ୟରେ ମହାରାଷ୍ଟ୍ର ପାଇଁ କଂଗ୍ରେସ ତା’ର ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସର ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି, ବରିଷ୍ଠ ନେତା ରାହୁଲ ଗାନ୍ଧି, ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଅନ୍ୟ ନେତାମାନେ ମହାରାଷ୍ଟ୍ରର ବିଭିନ୍ନ ଆସନ ପାଇଁ ପ୍ରଚାର କାର୍ଯ୍ୟରେ ସାମିଲ ହେବେ ।

Get real time updates directly on you device, subscribe now.