fbpx
BJD
BJD SKY
BJD SKY

ନୌସେନାରେ ଅଗ୍ନିବୀର ହେବାର ସୁବର୍ଣ୍ଣ ସୁଯୋଗ, ଦ୍ୱାଦଶ ପରେ କରିପାରିବେ ଆବେଦନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଯୁବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତୀୟ ନୌସେନା ଏହାର ଅଗ୍ନିବୀର SSR ଏବଂ MR ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଅବିବାହିତ ପୁରୁଷ ଏବଂ ମହିଳା ଏହି ପଦବୀ ପାଇଁ ଅଫିସିଆଲ ୱେବସାଇଟ୍‌  joinindiannavy.gov.in କୁ ଯାଇ ଆବେଦନ କରିପାରିବେ । ଆସନ୍ତା ମେ ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଆବେଦନ କରିବାର ଶେଷ ତାରିଖ ହେଉଛି ମେ ୨୭, ୨୦୨୪ । ତେବେ ଆବେଦନ କରିବା ପାଇଁ ନିମ୍ନଲିଖିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଭାରତୀୟ ନୌସେନାରେ ଚାକିରି ପାଇଁ ଯୋଗ୍ୟତା

ଅଫିସିଆଲ ୱେବସାଇଟ୍ ଅନୁଯାୟୀ ପ୍ରାର୍ଥୀ ଜଣଙ୍କ ଗଣିତ ଏବଂ ପଦାର୍ଥ ବିଜ୍ଞାନ ସହ ଯେକୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥା କିମ୍ବା ବୋର୍ଡ଼ରୁ ଦ୍ୱାଦଶ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । କୌଣସି କେନ୍ଦ୍ରୀୟ, ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ପ୍ରଦେଶର ମାନ୍ୟତା ପ୍ରାପ୍ତ ପଲିଟେକ୍ନିକ ସଂସ୍ଥାରୁ ଇଂଜିନିଅରିଂ(ମେକାନିକାଲ/ଇଲେକ୍ଟ୍ରିକାଲ/ଅଟୋମୋବାଇଲ/କମ୍ପ୍ୟୁଟର ସାଇନ୍ସ/ ଇନ୍ସଟ୍ରୁମେଣ୍ଟେସନ୍ ଟେକ୍ନୋଲୋଜି/ସୂଚନା ପ୍ରଯୁକ୍ତିବିଦ୍ୟା)ରେ ୩ ବର୍ଷୀୟ ଡିପ୍ଲୋମା ପାଠ୍ୟକ୍ରମରେ ମୋଟ୍ ୫୦% ମାର୍କ ସହ ପାସ୍ ହୋଇଥିବା ଆବଶ୍ୟକ ।

ଆବେଦନ ଶୁଳ୍କ ଏବଂ ଆୟୁ ସୀମା

ଅଗ୍ନିବୀର SSR ଏବଂ MR ପଦବୀ ପାଇଁ ୫୫୦ ଟଙ୍କା ଆବେଦନ ଶୁଳ୍କ ରହିଛି । ଏହା ସହ ୧୮% ଜିଏସଟି ମଧ୍ୟ ପୈଠ କରିବାକୁ ପଡ଼ିବ । ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଭିଜା/ମାଷ୍ଟର କାର୍ଡ଼/ରୂପେ କ୍ରେଡ଼ିଟ୍‌/ ଡେବିଟ୍ କାର୍ଡ଼/ୟୁପିଆଇ ମାଧ୍ୟମରେ ଆବେଦନ ଶୁଳ୍କ ପୈଠ କରିପାରିବେ । ନଭେମ୍ଭର ୦୧, ୨୦୨୩ରୁ ୩୦ ଏପ୍ରିଲ ୨୦୦୭(ଦୁଇଟି ତିଥି ଅନ୍ତର୍ଭୁକ୍ତ) ମଧ୍ୟରେ ଜନ୍ମ ହୋଇଥିବା ପ୍ରାର୍ଥୀ ଆବେଦନ କରିବା ପାଇଁ ଯୋଗ୍ୟ ।

କ’ଣ ରହିଛି ଚୟନ ପ୍ରକ୍ରିୟା ?

ଏହି ପରୀକ୍ଷା ପାଇଁ ୩ଟି ପର୍ଯ୍ୟାୟରେ ଚୟନ ପ୍ରକ୍ରିୟା ରହିଛି । ଫେଜ୍‌-୧(ପ୍ରବେଶିକା ପରୀକ୍ଷା), ଫେଜ୍‌-୨(ପ୍ରଥମ ଫିଜିକାଲ ଫିଟନେସ ଟେଷ୍ଟ, ଲିଖିତ ପରୀକ୍ଷା ଏବଂ ନିଯୁକ୍ତି ଡାକ୍ତରୀ ପରୀକ୍ଷା) । ଭାରତୀୟ ନୌସେନାର ପ୍ରବେଶିକା ପରୀକ୍ଷାରେ ପ୍ରାର୍ଥୀଙ୍କ ପ୍ରଦର୍ଶନ ଆଧାରରେ ସର୍ଟଲିଷ୍ଟ କରାଯିବ । ସର୍ଟଲିଷ୍ଟ ପ୍ରାର୍ଥୀମାନେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ହାସଲ କରିବେ । ଅଧିକ ବିବରଣୀ ପାଇଁ ଅଫିସିଆଲ ୱେବସାଇଟ୍ ସହ ଯୋଗାଯୋଗ କରନ୍ତୁ ।

Get real time updates directly on you device, subscribe now.