fbpx
BSKY SKY
BSKY SKY

ସୁପର ସନ ଡେ’ରେ ବିଗ୍ ଫାଇଟ: ଆଇପିଏଲ ପ୍ଲେ-ଅଫ୍ ପାଇଁ ହେବ ମହାମୁକାବିଲା

BSKY

ନୂଆଦିଲ୍ଲୀ: ଆଜି ସୁପର ସନ୍ଡେରେ ହେବ ମହା ମୁକାବିଲା । ଆଜି ଟୁର୍ଣ୍ଣାମେଣ୍ଟର ଦୁଇଟି ମ୍ୟାଚ ଖେଳାଯିବ । ଏହାର ପ୍ରଥମ ମ୍ୟାଚ୍ ଅପରାହ୍ନ ୩.୩୦ ରେ ପଞ୍ଜାବ କିଙ୍ଗସ୍ ଏବଂ ଚେନ୍ନାଇ ଲୁପର କିଙ୍ଗସ୍ ଭିତରେ ମୁହାଁମୁହିଁ ହେବାକୁ ଥିବାବେଳେ ପରବର୍ତ୍ତୀ ମ୍ୟାଚ କେଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ହେବ ।

ଅପରାହ୍ନରେ ଥିବା ମ୍ୟାଚରେ ପଞ୍ଜାବ ଏବଂ ଚେନ୍ନାଇ ପରସ୍ପରକୁ ଭେଟିବେ । ପ୍ଲେ- ଅଫ୍ ଦୈାଡରୁ ପଞ୍ଜାବ କିଙ୍ଗସ୍ ଏକ ପ୍ରକାର ହଟିଥିବା ବେଳେ ଚେନ୍ନାଇ ରେସରେ ରହିଛି । ଏହି ରେସରେ ଚେନ୍ନାଇକୁ ଆଗକୁ ଯିବାକୁ ହେଲେ ଆଜିର ମ୍ୟାଚ ଜିତିବା ଆବଶ୍ୟକ ରହିଛି । ସେମିତି ପଞ୍ଜାବ ଦଳ ଭଲ ବ୍ୟାଟିଂ ପ୍ରଦର୍ଶନ କରୁଥିବା ବେଳେ ବୋଲିଂ ପାଇଁ ରହିଛି ଚିନ୍ତା । ତେଣୁ ଆଜି ଚେନ୍ନାଇକୁ କିପରି ଚକମା ପଞ୍ଜାବ ଦେବ ତାହା ଦର୍ଶକଙ୍କୁ ଦେଖିବାକୁ ମିଳିବ ।

ସେପଟେ ସନ୍ଧ୍ୟା ୭.୩୦ରେ ହେବାକୁ ଥିବା ମ୍ୟାଚରେ ଲକ୍ଷ୍ନୌ ଓ କୋଲକାତା ଦୁଇ ଟିମ୍ ମଧ୍ୟ ପ୍ଲେ- ଅଫ୍ ରେସ ଦୌଡରେ ଆଗରେ ରହିଛନ୍ତି । ତେବେ ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । କୋଲକାତାର ଦମଦାର ବ୍ୟାଟିଙ୍ଗ୍ ଏବଂ ଲକ୍ଷ୍ନୌର ଧୂଆଧାର ବୋଲିଂ ଉପରେ କିଏ ବାଜି ମାରିବ ତା’ ଉପରେ ଦର୍ଶକଙ୍କ ନଜର ରହିଛି ।

ବର୍ତ୍ତମାନ ସୁଦ୍ଧା ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ରାଜସ୍ଥାନ ରୟାଲ୍ସ । ଟିମ୍ ୧୦ ମ୍ୟାଚ ଖେଳିଥିବା ବେଳେ ୮ଟିରେ ବିଜୟ ଲାଭ ସହ ୨ଟିରେ ପରାସ୍ତ ହୋଇଛି । ଏହା ପଛରେ ରହିଥିବା କୋଲକାତା ୧୦ଟି ମ୍ୟାଚରୁ ୭ଟିରେ ବିଜୟ ହାସଲ କରିଛି । ତା’ ପଛକୁ ଥିବା ଲକ୍ଷ୍ନୌ ୧୦ରୁ ୬ ଟି ମ୍ୟାଚରେ ବିଜୟୀ ହୋଇଛି । ସେହିପରି ହାଇଦ୍ରାବାଦ ୧୦ରୁ ୬ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି ।

Get real time updates directly on you device, subscribe now.