fbpx

କ’ଣ ସତରେ ଆରମ୍ଭ ହୋଇଯିବ ଯୁଦ୍ଧ! ଚୀନ୍ ଚଲାଇଲା ଏହି ସଇତାନୀ ଚାଲ୍‌

AAKASH

ବେଇଜିଂ: ତାଇୱାନର ବହୁତ ନିକଟରେ ଚୀନ୍ ସେନାର ଘେରାବନ୍ଦୀ ଏହା ପ୍ରମାଣିତ କରୁଛି କି ଡ୍ରାଗନ୍ କୌଣସି ବି ସମୟରେ ଆକ୍ରମଣ କରି ତାଇୱାନକୁ ନିଜ ଅଧୀନକୁ ନେଇଯାଇପାରେ । ପ୍ରାୟ ୨୪ ଘଣ୍ଟା ଭିତରେ ଚୀନ୍ ତାଇୱାନ ବିରୁଦ୍ଧରେ ବହୁତ ବଡ ସୈନ୍ୟ ଅଭ୍ୟାସ ଆରମ୍ଭ କରି ଗୋଟିଏ ପ୍ରକାର ଯୁଦ୍ଧର ଆରମ୍ଭ କରିଦେଇଛି । ମିଳିଥିବା ଖବର ଅନୁଯାୟୀ ଚୀନ୍ ତାଇୱାନକୁ ଚାରିପଟୁ ଘେରି ନେଇଛି । ୨୪ ଘଣ୍ଟା ଭିତରେ ଚୀନ୍ ତାଇୱାନ ବିରୁଦ୍ଧରେ ନିଜର ସେନା, ନୌସେନା, ବାୟୁସେନା ଓ ରକେଟ୍ ଫୋର୍ସ ନିୟୋଜିତ କରିଦେଇଛି ।

ଖବର ମିଳିଛି କି ଚୀନ୍ ଏହାର ସବୁଠାରୁ ବଡ ଅସ୍ତ୍ର ତାଇୱାନ ବିରୁଦ୍ଧରେ ପ୍ରସ୍ତୁତ କରି ରଖିଛି । ତେବେ ତାଇୱାନ ବିରୁଦ୍ଧରେ ଚୀନ୍‌ର ଏହି ସୈନ୍ୟ ଅଭ୍ୟାସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । କୁହାଯାଉଛି ଚୀନ୍ ତାଇୱାନ ଷ୍ଟ୍ରେଟ୍‌, ଉତ୍ତର, ଦକ୍ଷିଣ ତାଇୱାନ ଓ ପୂର୍ବ ତାଇୱାନକୁ ଚାରିପଟୁ ଘେରିଯାଇଛି । ଚୀନ୍ ଏହାର ବାୟୁସେନା, ନୌସେନା, ରକେଟ୍ ଫୋର୍ସକୁ ପୁରା କ୍ଷମତା ସହିତ ତାଇୱାନ ବିରୁଦ୍ଧରେ ପ୍ରସ୍ତୁତ କରି ରଖିଛି । ଚୀନ୍ ଏହାର ସୈନ୍ୟ ଡ୍ରିଲ୍‌କୁ ପନିଶମେଣ୍ଟ ଡ୍ରିଲ୍ ନାମ ଦେଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ୩ ଦିନ ତଳେ ତାଇୱାନର ନୂଆ ରାଷ୍ଟ୍ରପତି ୱିଲିୟମ ଲାଇ ଚିଙ୍ଗ ତେ ଶପଥ ନେଇଛନ୍ତି ଯିଏ କି ଚୀନ୍‌ର କଟ୍ଟର ବିରୋଧୀ ଭାବରେ ପରିଚିତ । ଏଥିପାଇଁ ଚୀନ୍ ତାଇୱାନର ନୂଆ ରାଷ୍ଟ୍ରପତି ୱିଲିୟମ ଲାଇ ଚିଙ୍ଗ ତେଙ୍କୁ ୱାର ଡ୍ରିଲ ଜରିଆରେ ଧମକ ଦେଇଛନ୍ତି । ଚୀନ୍ କୌଣସି ସମୟରେ ତାଇୱାନ ଉପରେ କବଜା କରିପାରେ । ତେବେ ଚୀନର ଏପରି କାର୍ଯ୍ୟକୁ ନେଇ ତାଇୱାନ ରାଷ୍ଟ୍ରପତି କଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦେଶର ରକ୍ଷା ଲାଗି ମୁଁ ସେନା ବାହିନୀ ସହ ପ୍ରଥମ ଧାଡିରେ ଛିଡା ହୋଇରହିବି ।

Get real time updates directly on you device, subscribe now.