fbpx

ରିସର୍ଚ୍ଚରୁ ନୂଆ ଖୁଲାସା: Y କ୍ରୋମୋଜୋମ୍ସରୁ ୬ଟି ପାର୍ଟିକିଲ୍ସ ହଟାଇ ଦେବା ପରେ ପୁରୁଷ ଜୀବର ଲିଙ୍ଗ ବଦଳିଗଲା

AAKASH

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଗବେଷଣା ଜରିଆରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏଣିକି କୌଣସି ପୁରୁଷ ଜୀବକୁ ମାଈରେ ରୂପାନ୍ତରିତ କରିବା ସହଜ ହୋଇପାରିବ । ଭ୍ରୁଣ ଯେତେବେଳେ ପ୍ରାଥମିକ ଅବସ୍ଥାରେ ବିକଶିତ ହେଉଥିବ, ସେହି ସମୟରେ ତାହା ସମ୍ଭବ ହୋଇପାରିବ । ବୈଜ୍ଞାନିକମାନେ କ୍ରୋମୋଜୋମରୁ ୬ଟି ଛୋଟ ପାର୍ଟିକିଲ (କଣ)କୁ ହଟାଇ ପୁରୁଷ ଭ୍ରୁଣକୁ ମାଈରେ ବଦଳାଇ ପାରିଛନ୍ତି । ଏହା କୌଣସି ଦେଶର ଲିଙ୍ଗ ସନ୍ତୁଳନ କରିବା କ୍ଷେତ୍ରରେ ଫାଇଦା ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

ବୈଜ୍ଞାନିକମାନେ କ୍ରୋମୋଜୋମ୍ସ ସହିତ କିଛି କୌଶଳ ପ୍ରୟୋଗ କରି ପୁରୁଷ ମୂଷାକୁ ମାଈ ମୂଷାରେ ପରିବର୍ତ୍ତନ କରିପାରିଛନ୍ତି । କୌଣସି ଜୀବର ଲିଙ୍ଗ ନିର୍ଦ୍ଧାରଣ କରିବା ନେଇ ସ୍ତନଧାରୀ ଜୀବଙ୍କ କ୍ରୋମୋଜୋମର ଶକ୍ତି ରହିଥାଏ । ୱାଇ କ୍ରୋମୋଜୋମ୍ସର କିଛି ଛୋଟ କଣକୁ ହଟାଇ ଦେବା ଫଳରେ ଜୀବ ମାଈରେ ରୂପାନ୍ତରିତ ହୋଇଯାଉଥିବା ନେଇ ଏକ ନୂଆ ରିସର୍ଚ୍ଚରୁ ଖୁଲାସା ହୋଇଛି । ଏହି ଛୋଟ କଣଗୁଡ଼ିକୁ ମାଇକ୍ରୋ ଆରଏନଏ କୁହାଯାଏ । କିଛି ଖାସ ଜିନ୍ନର ମାଇକ୍ରୋ ଆରଏନଏକୁ ହଟାଇଦେବା ଫଳରେ କିପରି ପୁରୁଷ ମୂଷା ମାଈ ମୂଷାରେ ପରିବର୍ତ୍ତନ ହେଲା ସେ ବାବଦରେ ଷ୍ଟଡି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ବୈଜ୍ଞାନିକଙ୍କ ଏହି ପ୍ରକ୍ରିୟା ଫଳରେ ଲିଙ୍ଗ ପରିବର୍ତ୍ତନ ପ୍ରକ୍ରିୟା ସହଜ ହୋଇଯାଇଛି । ୟୁନିଭରସିଟି ଅଫ୍ ଗ୍ରେନେଡା ତରଫରୁ ଏହି ରିସର୍ଚ୍ଚ କରାଯାଇଥିଲା । ଏହା ମାଧ୍ୟମରେ ଭବିଷ୍ୟତରେ ମନ ମୁତାବକ ଶିଶୁଙ୍କ ଲିଙ୍ଗ ସ୍ଥିର କରିହେବ । ଏଥିସହିତ କୌଣସି ଦେଶରେ ଲିଙ୍ଗ ଅନୁପାତକୁ ସୁଧାରି ହେବ । ମଣିଷ ଜିନୋମ ସମେତ ୯୮ ପ୍ରତିଶତ ସ୍ତନଧାରୀ ଜୀବଙ୍କ ଡିଏନଏରେ ପ୍ରୋଟିନ ପ୍ରୋଟିନ ପାଇଁ କୋଡିଂ ହୋଇ ନଥାଏ । ତେଣୁ କେଉଁ କେଉଁ ଜୀନ ଲିଙ୍ଗ ନିର୍ଦ୍ଧାରଣରେ ସହାୟକ ହୋଇଥାନ୍ତି ତାହାକୁ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ବୁଝି ପାରି ନାହାନ୍ତି ।

ଆରଏନଏ ଶରୀରରେ ଅନେକ ପ୍ରକାରର ବାୟୋଲୋଜିକାଲ ପ୍ରୋସେସକୁ ପ୍ରଭାବିତ କରିଥାଏ । ଏହାର ଏକଚତୁର୍ଥାଂଶ ଅଂଶ ମାଇକ୍ରୋ ଆରଏନଏ ହୋଇଥାଏ । ଏହା ଅନେକ ପ୍ରକାରର ଜୀନ୍ସ ସହ ଯୋଡ଼ି ହୋଇଥାଏ । ହଜାର ହଜାର ମାଇକ୍ରୋ ଆରଏନଏ ମଧ୍ୟରେ ବୈଜ୍ଞାନିକମାନେ ୬ଟିର ସନ୍ଧାନ ପାଇଥିଲେ । ଏଗୁଡ଼ିକ ହିଁ ଲିଙ୍ଗ ସ୍ଥିର କରିବା କ୍ଷେତ୍ରରେ ବଡ଼ ଭୂମିକା ନିର୍ବାହ କରିଥାନ୍ତି । ଆଗାମୀ ଦିନରେ ବୈଜ୍ଞାନିକଙ୍କୁ ଏ ସମ୍ବନ୍ଧରେ ଅଧିକ କିଛି ବଡ଼ ସଫଳତା ମିଳିପାରେ ।

Get real time updates directly on you device, subscribe now.