fbpx

ଦିଲ୍ଲୀର ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଆକାଶ ହୋଇଗଲା ଧୂଆଁମୟ: ଦେଖନ୍ତୁ Video

AAKASH

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଅଲିପୁରରେ ଶୁକ୍ରବାର ଦିନ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଦ୍ୱିପହର ପାଖାପାଖି ୨ଟା ସମୟରେ କାର୍ନେିଭାଲ ରିସର୍ଟରେ ଅଚାନକ୍ ନିଆଁ ଲାଗିଯାଇଥିଲା । କିଛି ସମୟ ମଧ୍ୟରେ ରିସର୍ଟରୁ ନିଆଁ ତୀବ୍ର ଭାବରେ ବ୍ୟାପିବାକୁ ଲାଗିଲା ଓ କଳା ଧୂଆଁ ଆକାଶକୁ ଆଚ୍ଛାଦନ କଲା ।

ଅଗ୍ନିଶମ ବିଭାଗକୁ ତୁରନ୍ତ ସୂଚନା ଦିଆଯାଇଥିଲା । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା କାର୍ଯ୍ୟ ଆରମ୍ଭ କରିଥିଲେ । କିପରି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିବାର ସମ୍ଭାବନା ରହିଛି । ସମୁଦାୟ ୧୩ ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ଏପର୍ଯ୍ୟନ୍ତ କେହି ଆହତ କିମ୍ବା ମୃତାହତ ହୋଇଥିବାର ଖବର ମିଳିନାହିଁ ।

Get real time updates directly on you device, subscribe now.