fbpx

ପରିବାରର ୬ ସଦସ୍ୟ ଏକ ସଙ୍ଗେ କାଟିଦେଲେ ହାତର ଶିରା, ଜଣଙ୍କ ମୃତ୍ୟୁ, ୫ ଗୁରୁତର

AAKASH

ଚଣ୍ଡୀଗଡ:ଫରିଦାବାଦରୁ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ପରିବାରର ସମସ୍ତ ସଦସ୍ୟ ଏକ ସମୟରେ ନିଜ ହାତର ଶିରା କାଟି ଦେଇଛନ୍ତି । ସୁଧଖୋର ଠାରୁ ପଇସା ଆଣି ନ ଶୁଝିପାରିବାରୁ ପରିବାରର ୬ ଜଣ ଲୋକ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପରିବାରର ସବୁଠାରୁ ବଡ ସଦସ୍ୟଙ୍କ ଏହି ଘଟଣାରେ ମୃତ୍ୟୁ ହୋଇଯାଇଛି ଓ ଅନ୍ୟମାନଙ୍କ ଅବସ୍ଥା ଗୁରୁତର ରହିଛି । ପରିବାରରେ ମୋଟ ୬ ଜଣ ସଦସ୍ୟ ଥିଲେ । ପତି, ପତ୍ନୀ, ସେମାନଙ୍କ ପୁଅ, ବୋହୂ ଓ ଦୁଇ ନାତି । ଏହି ଘଟଣାରେ ପୋଲିସ ପ୍ରାୟ ୧୫ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

ଏହି ପୁରା ମାମଲା ଫରୀଦାବାଦ ସେକ୍ଟର ୩୭ର ଅଟେ । ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି । ସମସ୍ତ ଅଭିଯୁକ୍ତ ମୁମ୍ବାଇ ଓ ଦିଲ୍ଲୀର ବୋଲି ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି । ପରିବାରର ଅନ୍ୟ ସଦସ୍ୟଙ୍କ ଚିକିତ୍ସା ଫରୀଦାବାଦର ଏକ ଘରୋଇ ହସ୍ପିଟାଲରେ ଜାରି ରହିଛି ।

Get real time updates directly on you device, subscribe now.