fbpx

ସରକାରଙ୍କ ବଡ଼ ଆକ୍ସନ! ବନ୍ଦ ହେବାକୁ ଯାଉଛି ୬ ଲକ୍ଷ ମୋବାଇଲ ନମ୍ବର: ଉପରୁ ମିଳିଲା ଆଦେଶ

AAKASH

ନୂଆଦିଲ୍ଲୀ: ବିଭିନ୍ନ ସାଇବର କ୍ରାଇମ ତଥା ଅନ୍ୟାନ୍ୟ ଅପରାଧକୁ ନେଇ ଏବେ ସଜାର ହୋଇଛନ୍ତି ସରକାର । ଗ୍ରାହକ ଏବଂ ଜନତାଙ୍କ ସୁରକ୍ଷାକୁ ନେଇ ସରକାର ଏବଂ ପ୍ରଶାସନ ମଧ୍ୟ କଡ଼ା ପଦକ୍ଷେପ ନେଉଛନ୍ତି । କିନ୍ତୁ ସାଇବର ଅପରାଧ ମାମଲାରେ ବିଶେଷ ପରିବର୍ତ୍ତନ ଦେଖାଯାଇନାହିଁ । ତେଣୁ ଟେଲିକମ୍ ବିଭାଗ ବିଭିନ୍ନ ମୋବାଇଲ ଅପରଟରମାନଙ୍କୁ ତାଗିଦ କରିଛି । ଏହି ତାଲିକାରେ ପ୍ରାୟ ୬ ଲକ୍ଷ ୮୦ ହଜାର ମୋବାଇଲ କନେକ୍ସନକୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଡିଓଟି । ଭୁଲ, ନକଲି କିମ୍ବା ଅନ୍ୟାନ୍ୟ ସମସ୍ୟା ମାମଲାରେ ଏହି କମ୍ପାନୀକୂ ବନ୍ଦ କରିବା ପାଇଁନିଷ୍ପତ୍ତି ନିଆ ଯାଇଛି ।

ବର୍ତ୍ତମାନ ଟେଲିକମ୍ ବିଭାଗ ର ଏହି ପଦକ୍ଷେପ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଫୋନରେ ହେବାକୁ ଥିବା ସ୍କାମ ଖୁବ ବୃଦ୍ଧି ପାଇଛି । ଆର୍ଟପିସିାଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଏଭଳି ସନ୍ଦିଗ୍ଧ ମୋବାଇଲ ନମ୍ବର ଚିହ୍ନଟ ହୋଇଛି । ଏ ନେଇ ଟେଲିକମ୍ ବିଭାଗ କହିଛି ଯେ, ସ୍କାମକୁ ଧରିବା ପାଇଁ ଭିନ୍ନ ଭଗ୍ନ ବିଭାଗ ସହ କାମ କରିବା ଏବଂ ଏଆଇର ନିହାତି ଆବଶ୍ୟକ ରହିଛି । ନକଲି ପରିଚୟରୁ ସୃଷ୍ଟି ହୋଇଥିବା ଡିଜିଟାଲ ସ୍କାମ ଇତ୍ୟାଦିକୁ ରୋକିବାରେ ଇଣ୍ଟିଗ୍ରେଟେଡ ପ୍ଲାଟଫର୍ମଗୁଡ଼ିକ ଉପରେ ଏହାର ପ୍ରଭାବ ଦେଖାଯାଉଛି ।

ଗତ ସପ୍ତାହରେ ଟେଲିକମ୍ ବିଭାଗ ତରଫରୁ କୁହାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ବିଭାଗ ମୋଟ ୧.୭ କୋଟିରୁ ଅଧିକ ନକଲି ମୋବାଇଲ କନେକ୍ସନ ବନ୍ଦ କରିଦେଇଛି । ଏହା ସହିତ ସାଇବର ଅପରାଧରେ ସାମିଲ ଥିବା ପ୍ରାୟ ୦.୧୯ ଲକ୍ଷ ମୋବାଇଲ ଫୋନ୍ ମଧ୍ୟ ବ୍ଲକ କରାଯାଇଛି । ସଞ୍ଚାର ସାଥୀ ପୋର୍ଟାଲରୁ ବିଭିନ୍ନ ଅଭିଯୋଗ ମିଳିଥିବା ବେଳେ ଏ ନେଇ ଗୃହ ମନ୍ତ୍ରାଳୟ ଏବଂ ବ୍ୟାଙ୍କ ଇତ୍ୟାଦି ବିଭାଗରୁ ତଥ୍ୟ ମିଳିଥିଲା । ଏହି ତଥ୍ୟ ଆଧାରରେ ଟେଲିକମ୍ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧.୩୪ ଆରବ ମୋବାଇଲ କନେକ୍ସନ ଯାଞ୍ଚ କରାଯାଇଛି ।

Get real time updates directly on you device, subscribe now.