fbpx

ଗର୍ଭବତୀ ମହିଳାଙ୍କ ପେଟରେ ଝିଅ ଅଛି ନା ପୁଅ, ଜାଣିବାକୁ ସ୍ତ୍ରୀର ପେଟ କଟିଦେଲା ସ୍ୱାମୀ

AAKASH

ନୂଆଦିଲ୍ଲୀ: ଜଣଙ୍କ ପରେ ଜଣେ ପାଞ୍ଚଟି ଝିଅ ଜନ୍ମ ହେବା ପରେ ଜଣେ ପିତା ପୁଅ ଚାହୁଁଥିଲେ । ଏ ନେଇ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କର ସେ ପେଟ କାଟିଦେଇଛନ୍ତି । ମହିଳାଙ୍କ ପେଟରେ ଆଠ ମାସର ଶିଶୁ ଥିଲା । ପେଟ କାଟିଦେଇଥିବାରୁ ଶିଶୁଟିର ମୃତ୍ୟୁ ଘଟିଛି । ଏଥିରେ ପତ୍ନୀଙ୍କ ଜୀବନ ବଞ୍ଚିଯାଇଛି । ଏହି ମାମଲାରେ କୋର୍ଟ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଶୁଣାଣି କରିଛନ୍ତି ।

ଉତ୍ତର ପ୍ରଦେଶର ବରେଲି ଜିଲ୍ଲା ସ୍ଥିତ ସିଭିଲ ଲାଇନ୍ସ ଥାନା ଅଞ୍ଚଳର ଘୋଚାରେ ରହୁଥିବା ଅନୀତାଙ୍କ ବିବାହ ପାଖାପାଖି ୨୨ ବର୍ଷ ପୂର୍ବେ ନେକପୁର ନିବାସୀ ତତ୍ରାଲାଲଙ୍କ ସଙ୍ଗେ ହୋଇଥିଲା । ବିବାହ ପରେ ଜଣଙ୍କ ପରେ ଜଣେ ଝିଅ ହୋଇ ୫ ଜଣ ହୋଇଥିଲେ । ପତ୍ରଲାଲଙ୍କୁ ପ୍ରତି ଥର ପୁଅର ଆଶା ରହୁଥିଲା ହେଲେ ତାଙ୍କର ଝିଅ ହେଉଥିଲା । ଏହାପରେ ସେ ସ୍ତ୍ରିଙ୍କ ସହ ଝଗଡ଼ା କରୁଥିଲେ ଏବଂ ଅନ୍ୟ କାହାକୁ ବିବାହ କରିବାର ଧମକ ଦେଉଥିଲେ । ଏହାରି ମଧ୍ୟରେ ଯେତେବେଳେ ତାଙ୍କ ସ୍ତ୍ରୀ ପୁଣି ଗର୍ଭବତୀ ହୋଇଥିଲେ, ସେତେବେଳେ ତାଙ୍କ ପେଟରେ ପୁଅ ଅଛି କି ନାହିଁ ଜାଣିବା ପାଇଁ ପତ୍ରଲାଲ ତାଙ୍କ ସ୍ତ୍ରୀଙ୍କ ପେଟ ଏକ ଧାରୁଆ ଅସ୍ତ୍ରରେ କାଟିଦେଇଥିଲେ ।

ଏହାପରେ ତାଙ୍କୁ ସଂଗେ ସଂଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିରେ ଆଠ ମାସର ଶିଶୁର ମୃତ୍ୟୁ ଘଟିଥିଲା । ଡାକ୍ତର ମହିଳାଙ୍କ ଜୀବନ ବଞ୍ଚାଇଥିଲେ । ଏନେଇ ପତ୍ରଲାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏଥିରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣି କରିଥିଲେ ।

Get real time updates directly on you device, subscribe now.