fbpx
BJD
BJD SKY
BJD SKY

ଭୁବନେଶ୍ୱରରେ ଏନସିଇଆରଟିର ନକଲି ବହି ଜବତ, ୪ ଜଣ ଅଟକ, ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ୱର: ରାଜଧାନୀରେ ଜବତ କରାଯାଇଛି ନକଲି ଏନସିଇଆରଟି ପୁସ୍ତକ । ଏହାକୁ ଜବତ କରିଛି କମିଶନରେଟ ପୋଲିସ । ପାଖାପାଖି ୧୦ ଲକ୍ଷ ଟଙ୍କାର ନକଲି ବହି ସହିତ ଏହି ବହି ଭଣ୍ଡାର ଗୁଡିକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ ।

ଏହି ରାକେଟର ମାଷ୍ଟରମାଇଣ୍ଡ୍ ଖସି ଯାଇଥିଲେ ମଧ୍ୟ ଅନ୍ୟ ୪ ଜଣକୁ ଅଟକ ରଖିି ଜେରା କରୁଛି ପୋଲିସ ବିଭାଗ । ଏହି ବହି ସବୁ କେଉଁଠି ଛପା ଯାଉଥିଲା, ରାଜଧାନୀ ଛଡା ଅନ୍ୟାନ୍ୟ କେଉଁ ସ୍ଥାନରେ ଏହାର କାରବାର ହେଉଛି,ଏନେଇ ପୋଲିସ ଛାନଭିନ୍ ଚଳାଇଛି । ପୋଲିସ ତଥ୍ୟ ଅନୁସାରେ ନକଲି ବହିଗୁଡିକୁ ନେଇ ଏନସିଇଆରଟି ପକ୍ଷରୁ ଏକ ମମଲା ରୁଜୁ କରାଯାଇଥିଲା । ଏହାକୁ ଆଧାର କରି ଖାରବେଳ ନଗର ଥାନା ମାଷ୍ଟରକ୍ୟାଣ୍ଟିନ ତଥା ବିଭିନ୍ନ ଅଞ୍ଚଳରେ ବହିଭଣ୍ଡାର ଗୁଡିକରେ ଚଢଉ କରିଥିଲେ । ଚଢଉ ପରେ ୧୦ ଲକ୍ଷ ଟଙ୍କା ଠାରୁ ଅଧିକ ମୂଲ୍ୟର ଏନସିଇଆରଟି ପୁସ୍ତକ ଜବତ କରିଥିଲେ ।

ଏନସିଇଆରଟି ବହି ଓଡିଶାକୁ ଯେତିକି ଆସୁଥିଲା ଗତ କିଛିବର୍ଷର୍ ହେବ ହଠାତ ଏଥିରେ ପରିବର୍ତ୍ତନ ଦେଖା ଦେଇଥିଲା । ଯାହା ୫୦ ପ୍ରତିଶତରୁ କମ୍ ବିକ୍ରି ହେଉଥିଲା ଏହା ନେଇ ସଂସ୍ଥା ଚିନ୍ତାରେ ପଡିଥିଲା । ଦୈନନ୍ଦିନ ରାଜଧାନୀରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉ ଥିବାବେଳେ ବହିର ବିକ୍ରି କମି ଯାଉଥିଲା ।

ଏହା କଣ ପାଇଁ ବିକ୍ରି କମି ଯାଉଛି ସଂସ୍ଥାର ଏକ ୪ ଜଣିଆ ଟିମ୍ ଓଡିଶା ଆସି ଗ୍ରାହକ ବେଶରେ ଖୋଳତାଡ କରିବା ବାହାନାରେ ରାଜଧାନୀର କିଛି ପୁସ୍ତକ ଭଣ୍ଡାରରେ ବହି କିଣିବା ବାହାନାରେ ଯାଞ୍ଚ କରିଥିଲେ । ମାଷ୍ଟରକ୍ୟାଣ୍ଟିନ ନିକଟସ୍ଥ ବିଦ୍ୟାର୍ଥୀ ବହି ଦୋକାନରୁ ବହି କିଣିଥିଲେ । ସେଠାରୁ ସେମାନଙ୍କୁ ଦୁଇଟି ବହି ନକଲି ଲାଗିଲା । ସେହି ୪ ଜଣିଆ ଟିମ୍ ସଙ୍ଗେ ସଙ୍ଗେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ, ନକଲି ବହିରେ ବିଷୟବସ୍ତୁ ଠିକ ଥିଲା କିନ୍ତୁ ତାହାର ପେପର କ୍ୱାଲିଟି ଓ ନକଲି ବହିର ଦାମ୍ ଅସଲି ବହିଠାରୁ ଅଧା ଦାମରେ ମିଳୁଥିଲା । ବହି ଭଣ୍ଡାରର ମାଲିକମାନେ କମିଶନ ପାଇ ଏହାକୁ ବିକ୍ରି କରୁଥିଲେ । କିନ୍ତୁ କେହିବି ଏହାର ସନ୍ଧାନ ଜାଣିପାରୁ ନଥିଲେ ।

 

Get real time updates directly on you device, subscribe now.