fbpx
BSKY
BJD YOUTH SKY
BJD MS SKY

ବଡ଼ ଅଘଟଣ: ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଧାରଣାରେ ପଡ଼ିଥିଲା ବଡ଼ ବଡ଼ ପଥର…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରମ ରେଳ ଷ୍ଟେସ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏହ ଅଘଟଣ ପରେ କୋରାପୁଟ-ବିଶାଖାପଟନମ ରୁଟରେ ରେଳ ସେବା ବାଧାପ୍ରାପ୍ତ ହୋଇଛି । ତେବେ ରେଳ ଧାରଣାରେ ବଡ଼ ବଡ଼ ପଥର ପଡ଼ି ରହିଥିଲା । ସେଥିପାଇଁ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଏହି ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିବା ସହିତ ଘଟଣାର ଯାଞ୍ଚ କରିଥିଲେ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସ ୨୫ ତାରିଖରେ ମଧ୍ୟ କୋରାପୁଟ ଜିଲ୍ଲାରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ପଦୁଆ ଷ୍ଟେସନ ନିକଟରେ ଉକ୍ତ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଉକ୍ତ ଘଟଣାରେ ୬ଟି ୱାଗନ୍ ଡିରେଲ ହୋଇଥିଲା । ଘଟଣା ବିଷୟରେ ଖବର ପାଇଁ କୋରାପୁଟରୁ ଏକ ଟିମ୍ ପଦୁଆ ଷ୍ଟେସନରେ ପହଞ୍ଚିଥିଲେ । ଛତିଶଗଡ଼ର କିରାଣ୍ଡୁଲରୁ ଆସୁଥିବା ଏକ ଟ୍ରେନ ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍ ରୁଟରେ ଲାଇନଚ୍ୟୁତ ହୋଇଯାଇଥିଲା ।

Get real time updates directly on you device, subscribe now.