fbpx

ତୁଳସୀ ମଞ୍ଜି ଦୂର କରିବ ଅନେକ ରୋଗ: ଜାଣନ୍ତୁ ଏହାର ଘରୋଇ ଉପଚାର

AAKASH

ଓଡିଶା ଭାସ୍କର: ଭାରତୀୟ ସଂସ୍କୃତି ଏବଂ ପରମ୍ପରା ହିସାବରେ ତୁଳସୀ ଗଛକୁ ପୂଜା କରିବା ସହ ହିନ୍ଦୁମାନେ ଏହି ଗଛକୁ ମାନିଥାନ୍ତି । କେବଳ ଏତିକି ନୁହେଁ, ତୁଳସୀକୁ ମଧ୍ୟ ମେଡିକାଲ ବିଜ୍ଞାନରେ ଔଷଧୀୟ ବୃକ୍ଷ ବୋଲି ପ୍ରମାଣ ରହିଛି । ଏହି ଗଛ ଛୋଟ ହେଲେ ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲାମୋଟାରୀର ମାତ୍ରା ଭରପୁର ହୋଇ ରହଥାଏ । ତେଣୁ ଏହାର ମଞ୍ଜିକୁ ସେବନ କଲେ ଶରୀରକୁ ଚମକ୍ରାର ଲାଭ ମିଳିଥାଏ ବୋଲି କୁହାଯାଇଛି ।
ତୁଳସୀ ମଞ୍ଜିରୁ କଣ ଫାଇଦା ମିଳେ?

୧. ତୁଳସୀ ମଞ୍ଜିକୁ ଖାଇବା ଦ୍ୱାରା ଶରୀର ପାଇଁ ଏହା ବରଦାନ ସ୍ୱରୂପ ଲାଭ ମିଳିଥାଏ । କାରଣ ଏହି ମଞ୍ଜିରେ ଭରପୁର ମାତ୍ରାରେ ମ୍ୟାଗ୍ନେସିୟମ, କ୍ୟାଲସିୟମ ଓ ମଲ୍ଟିଭିଟାମିନସରେ ଭରପୁର ହୋଇ ରହିଛି । ଏହା ବ୍ୟତୀତ ଆପଣ ଯଦି ତୁଳସୀ ମଞ୍ଜିକୁ ପାଣିରେ ପକେଇ ପାନୀୟ ରୂପେ ଗ୍ରହଣ କରନ୍ତି, ତେବେ ଏହା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ଯୋଗାଇଥାଏ ।

୨. ତୁଳସୀ ମଞ୍ଜିରେ ପ୍ରାକୃତିକ ଭାବରେ ଡିଟକ୍ସଫିକେସନର ଗୁଣ ରହିଥାଏ । ଏହାଦ୍ୱାରା ଶରୀରରୁ ସମସ୍ତ ପ୍ରକାରର ବିଷାକ୍ତ ପଦାର୍ଥ ବାହାର କରିବାରେ ଏହା ସମର୍ଥ ହୋଇଥାଏ ।

୩. ବ୍ଲଡ ପ୍ରେସର ବା ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ତୁଳସୀ ମଞ୍ଜିକୁ ସେବନ । ଯେଉଁମାନେ ବିଭିନ୍ନ ଚାପର ଶିକାର ହେଉଛନ୍ତି, ସେହି ବ୍ୟକ୍ତି ପ୍ରତ୍ୟେକ ଦିନ ରାତିରେ ଏକ ଗ୍ଲାସ ପାଣିରେ ଗୋଟିଏ ଚାମଚ ତୁଳସୀ ମଞ୍ଜି ବତୁରେଇ ସକାଳେ ପିଇବା ଉଚିତ୍ । ଏହାଦ୍ୱାରା ରକ୍ତଚାପରୁ ଆରାମ ମିଳିବା ସହ ଚାପ ହ୍ରାସ ପାଇଥାଏ ।

୪. ଆପଣମାନଙ୍କୁ ଯଦି ଥଣ୍ଡା ଲାଗି ରହୁଥାଏ, ତେବେ ତୁଳସୀ ମଞ୍ଜିର ସେବନ ଦ୍ୱାରା ବହୁତ ସୁଫଳ ମିଳିଥାଏ । ଏହା ଖାଇବା ଦ୍ୱାରା ଗ୍ୟାସ ଏବଂ ପେଟ ଜନିତ ସମସ୍ତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏହାବ୍ୟତୀତ ଶୁଷ୍କତାକୁ ଦୂର କରିବାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ ତୁଳସୀ ମଞ୍ଜି । ୧ ଚାମଚ ଜିରା ଗୁଣ୍ଡ ସହ ୨୫ ଗ୍ରାମ ତୁଳସୀ ମଞ୍ଜିକୁ ଗରମ ପାଣିରେ ଭିଜାଇ ସକାଳ ଏବଂ ସନ୍ଧ୍ୟାରେ ପିଇବା ଦ୍ୱାରା ଚର୍ମର ଶୁଷ୍କତା ଦୂର କରି ମୁହଁରେ ଚମକ ଆଣିଥାଏ ।

୫. ଏହି ମଞ୍ଜି ଅତ୍ୟଧିକ ଥଣ୍ଡା ହୋଇଥିବାରୁ ଶୀତ ଦିନରେ କମ ବାବହାର କରିବା ଭଲ । ନଚେତ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ସେହିପରି ଗର୍ଭବତୀ ଥିବା ନାରୀମାନେ ତୁଳସୀ ମଞ୍ଜି ଖାଇବା ଉଚିତ ନୁହେଁ ବୋଲି ଆୟୁରର୍ବେଦ ବିଶେଷଜ୍ଞମାନେ କହିଛନ୍ତି ।

Get real time updates directly on you device, subscribe now.