fbpx

୨ ଲକ୍ଷ ଟଙ୍କାରେ ନିଲାମ ହେବ ଏହି ୧୦ ଟଙ୍କିଆ ନୋଟ୍‌; ୧୦୦ବାଲା ନୋଟ୍ ୫ ଲକ୍ଷରେ, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

AAKASH

ନୂଆଦିଲ୍ଲୀ: ୧୦ଟଙ୍କିଆ ୨ଟି ନୋଟ୍ ଆଉ ଦୁଇଟିର ମୂଲ୍ୟ ଅତି କମ୍‌ରେ ୪ ଲକ୍ଷ । ଏହା ଶୁଣି ଆପଣଙ୍କ ମୁଣ୍ଡ ଘୁରାଇଯିବ । ପ୍ରକୃତରେ ଏହି ୨ ନୋଟ୍ ଲଣ୍ଡନର ଏମଏସ୍ ଶିରାଲା ଜାହାଜ ର‌୍ୟାକରୁ ମିଳିଥିଲା । ଏବେ ଏହି ଦୁଇ ନୋଟ୍ ଆଗାମୀ ବୁଧବାର ହେବାକୁ ଯାଉଥିବା ନୁନାଞ୍ଜ ମେଫେୟାରରେ ନିଲାମ ହେବ । ୱାର୍ଲ୍ଡ ବ୍ୟାଙ୍କ ନୋଟସ୍ ସେଲ୍ ମାଧ୍ୟମରେ ଏହି ଦୁଇ ନୋଟ୍‌କୁ ନିଲାମୀରେ ଉପସ୍ଥାପନ କରାଯିବ । ଏହି ଦୁଇ ନୋଟ୍‌ର ସ୍ୱତନ୍ତ୍ରତା ହେଉଛି ଏହା ଉପରେ ଦସ୍ତଖତ ହୋଇନାହିଁ ଓ ଏହାର କ୍ୱାଲିଟି ଜବରଦସ୍ତ ରହିଛି । ଏହାର କାଗଜ ବି ଦୂର୍ଲଭ ରହିଛି ।

ଏକ ରିପୋର୍ଟ ଅନୁଯାୟୀ ୧୦-୧୦ଟଙ୍କିଆ ଏହି ନୋଟ୍‌ର ନିଲାମୀ ଆସନ୍ତା ମେ’ ୨୯ ତାରିଖରେ ହେବ । ଏହା ବିନା ହସ୍ତାକ୍ଷର ବିଶିଷ୍ଟ ନୋଟ୍ ଅଟେ କିନ୍ତୁ ସୁପର କ୍ୱାଲିଟି ଅରିଜିନାଲ୍ ପେପରରେ ଛପାଯାଇଛି । ଏହାର ସିରିଅଲ୍ ନମ୍ବର ବି ଏ ପର୍ଯ୍ୟନ୍ତ ସ୍ପଷ୍ଟ ନଜର ଆସୁଛି । ଏହି ନୋଟ୍ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଛପାଇଥିଲା ଓ ଏହାକୁ ଜର୍ମାନ୍ ୟୁ ବୋଟ୍ ଏସଏସ୍ ସିରାଲା ଜାହାଜରେ ଲଦି ଭାରତ ପଠାଯାଉଥିଲା । କିନ୍ତୁ ଏହି ଜାହାଜ ବୁଡି ଯାଇଥିଲା । ଏହି ଜାହାଜରେ ଲଦା ଯାଇଥିବା ଅଧିକାଂଶ ଭାରତୀୟ ନୋଟ୍‌କୁ ନଷ୍ଟ କରିଦିଆଗଲା କିନ୍ତୁ ଏହି ୨ ନୋଟ୍ ଏବେ ବି ସୁରକ୍ଷିତ ଅଛି ।

ଏହି ନିଲାମୀରେ ଭାରତ ସରକାରଙ୍କ ଆଉ କିଛି ରେୟାର ନୋଟ୍ ବି ନିଲାମ ହେବ । ବ୍ରିଟିଶ ସାମ୍ରାଜ୍ୟ ସମୟରେ ଛପା ଯାଇଥିବା ୧୦୦ଟଙ୍କିଆ ଏକ ନୋଟ୍ ବି ନିଲାମ ପାଇଁ ରଖାଯିବ । କୁହାଯାଉଛି ଏହା ୪ ଲକ୍ଷରୁ ୫ ଲକ୍ଷ ଟଙ୍କା ମୂଲ୍ୟରେ ନିଲାମ ହୋଇପାରେ । ଏହା ଉପରେ ହସ୍ତାକ୍ଷର ଓ କୋଲକାତା ମୋହର ଲାଗିଛି । ଏହା ୧୯୧୭ରୁ ୧୯୩୦ ମଧ୍ୟରେ ଛପା ଯାଇଥିଲା । ଏହି ନୋଟ୍ ପଛରେ ହିନ୍ଦୀ ଓ ବଙ୍ଗାଳୀ ସହିତ ବିଭିନ୍ନ ଭାରତୀୟ ଭାଷାରେ ୧୦୦ ଟଙ୍କା ଲେଖାଯାଇଛି ।

Get real time updates directly on you device, subscribe now.