fbpx

ICC ଦେଲା ସୁଯୋଗ, ଟି-୨୦ ବିଶ୍ୱକପରେ ଫେରିବେ ଦିନେଶ କାର୍ତ୍ତିକ: ମିଳିବ ଏହି ଦାୟିତ୍ୱ

AAKASH

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏହାପୂର୍ବରୁ ଆଇପିଏଲ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ ହେଉଥିବା ବେଳେ ୨୫ ତାରିଖରେ ଆମେରିକା ଗସ୍ତ କରିବ ଦଳ । କିନ୍ତୁ ଏହାପୂର୍ବରୁ ବଡ଼ ଘୋଷଣା କରିଛି ଆଇସିସି । ଟି-ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଦିନେଶ କାର୍ତ୍ତିକଙ୍କ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ କରିଛି କମିଟି । ତେବେ ଆଇପିଏଲର ଏଲିମିନେଟର ରାଉଣ୍ଡରୁ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ବିଦା ହେବା ପରେ ଏହି ଲିଗରୁ ଅବସର ନେଇଛନ୍ତି ଭେଟେରାନ୍ ୱିକେଟ କିପର ଦିନେଶ କାର୍ତ୍ତିକ । ଆଇପିଏଲରୁ ଅବସର ପରେ ଏବେ ଏକ ଅନ୍ୟ ଭୂମିକାରେ ଆଇସିସି ବିଶ୍ୱକପ ପାଇଁ କାର୍ତ୍ତିକଙ୍କୁ ସୁଯୋଗ ଦେଇଛି ।

ଟି-୨୦ ବିଶ୍ୱକପ ପାଇଁ କମେଣ୍ଟ୍ରି ପ୍ୟାନେଲ ଘୋଷଣା କରିଛି ଆଇସିସି । ଏହି ଦଳରେ ଭାରତର ଭେଟେରାନ୍ ୱିକେଟ କିପର ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଆଇସିସି ସାମିଲ କରିଛି । ଆଇପିଏଲରୁ ଅବସର ପରେ ବିଶ୍ୱକପରେ ଦିନେଶ କାର୍ତ୍ତିକ ଜଣେ କମେଣ୍ଟ୍ରେଟରର ଭୂମିକାରେ ନଜର ଆସିବେ । ତେବେ ଅବସର ନେଇ କାର୍ତ୍ତିକ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରି ନଥିଲେ ମଧ୍ୟ ଆସନ୍ତାବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ସେ ସାମିଲ ହେବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ତେବେ କାର୍ତ୍ତିକଙ୍କ ବ୍ୟତୀତ ଟି-୨୦ ବିଶ୍ୱକପ କମେଣ୍ଟ୍ରି ପ୍ୟାନେଲରେ ଭାରତର ହର୍ଷ ଭୋଗଲେ, ରବି ଶାସ୍ତ୍ରୀ ଏବଂ ସୁନୀଲ ଗାଭାସ୍କର ମଧ୍ୟ ସାମିଲ ରହିଛନ୍ତି । ସେହିପରି ପାକିସ୍ତାନର ୱାସିମ ଆକ୍ରମ, ୱକାର ୟୁନିସ ଏବଂ ରମି ରାଜା ବିଶ୍ୱକପରେ କମେଣ୍ଟ୍ରି କରିବେ । ଆମେରିକାର କମେଣ୍ଟ୍ରଟର ଜେମ୍ସ ଓ’ବ୍ରାୟନ୍ ମଧ୍ୟ କମେଣ୍ଟ୍ରି ପ୍ୟାନେଳରେ ସାମିଲ ରହିଛନ୍ତି ।

ଟି-୨୦ ବିଶ୍ୱକପ ପାଇଁ ଆଇସିସିର ୪୦ କମେଣ୍ଟ୍ରି ପ୍ୟାନେଲ:

  • ଭାରତ: ଦିନେଶ କାର୍ତ୍ତିକ, ହର୍ଷ ଭୋଗଲେ, ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର
  • ପାକିସ୍ତାନ: ୱକାର ୟୁନିସ, ୱାସିମ ଆକ୍ରମ, ରମିଜ ରାଜା
  • ଅଷ୍ଟ୍ରେଲିଆ: ରିକି ପଣ୍ଟିଂ, ଷ୍ଟିଭେନ୍ ସ୍ମିଥ, ଲିସା ଷ୍ଟୋଲେକର, ଆରନ୍ ଫିଞ୍ଚ୍, ମାଥ୍ୟୁ ହେଡେନ୍, ମାଇକ ହେସମ୍ୟାନ୍, ଟମ ମୁଡି
  • ନ୍ୟୁଜିଲାଣ୍ଡ: ଡ୍ୟାନି ମୋରିସନ୍, ଇୟାନ୍ ସ୍ମିଥ, ସାଇମନ୍ ଡୁଲ, କେଟି ମାର୍ଟିନ୍
  • ୱେଷ୍ଟଇଣ୍ଡିଜ: ଇୟାନ ବିଶପ୍, ସାମୁଏଲ୍ସ ବଦ୍ରି, କାର୍ଲୋସ ବ୍ରେଥୱେଟ, ଡେରେନ୍ ଗଙ୍ଗା
  • ଦକ୍ଷିଣ ଆଫ୍ରିକା: ସନ୍ ପଲକ୍, ଗ୍ରିମ ସ୍ମିଥ, ଡେଲ୍ ଷ୍ଟେନ୍, ନତାଲୀ ଜର୍ମନୋସ, କାସ ନାୟଡୁ
  • ଇଂଲଣ୍ଡ: ନାସିର ହୁସେନ୍, ଏଲନ୍ ୱିଲଙ୍କିସ, ଇୟାନ୍ ୱାର୍ଡ, ମାଇକ ଏଥର୍ଟନ, ଇଓନ୍ ମୋର୍ଗାନ୍, ଏଲିସନ୍ ମିଚେଲ, ଏବୋନୀ ରେନଫୋର୍ଡ-ବ୍ରେଣ୍ଟ
  • ଆମେରିକା: ଜେମ୍ସ ଓ’ ବ୍ରାୟନ
  • ନେଦରଲାଣ୍ଡସ: ବ୍ରାୟନ୍ ମୁର୍ଗଟ୍ରୋୟଡ
  • ଆୟରଲାଣ୍ଡ: ନିୟାଲ ଓ’ ବ୍ରାୟନ୍
  • ବାଂଲାଦେଶ: ଅତହର ଅଲୀ ଖାନ୍
  • ଜିମ୍ବାୱେ: ପାମୀ ମବଂଗ୍ୱା
  • ଶ୍ରୀଲଙ୍କା: ରସେଲ ଅର୍ଣ୍ଣାଲ୍ଡ

Get real time updates directly on you device, subscribe now.