fbpx

ସୋନୀ ପିକଚର୍ସର MD ଓ CEO ପଦରୁ ଏନପି ସିଂହ ଦେଲେ ଇସ୍ତଫା, ଉତ୍ତରାଧିକାରୀଙ୍କ ସନ୍ଧାନ ଜାରି

AAKASH

ନୂଆଦିଲ୍ଲୀ: ସୋନୀ ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ(SPNI)ର ଏମଡି ଏବଂ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ଏନପି ସିଂହ। ସେ ନୀର୍ଘ ୨୫ ବର୍ଷ ଧରି ଏହି ପଦରେ ରହିଥିଲେ। ଅବଶ୍ୟ ନୂଆ ଉତ୍ତରାଧିକାରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଦାୟିତ୍ବରେ ରହିବେ। ସେ ୧୯୯୯ରୁ ଏସପିଏନଆଇ ସହ ରହିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏନପି ସିଂହ କହିଛନ୍ତି କ୍ୟାରିୟରରେ ପ୍ରାୟ ୪୪ ବର୍ଷ ଦେବା ପରେ ସେ କମ୍ପାନିର ଏମଡି ଏବଂ ସିଇଓ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେ ଆହୁରି କହିଛନ୍ତି ଆଗକୁ ସେ ପରାମର୍ଶଦାତା ଭାବରେ କମ୍ପାନି ପାଇଁ କାମ କରିପାରନ୍ତି। ଏନପି ସିଂହଙ୍କ ସୂଚନା ଅନୁଯାୟୀ, ପଦକୁ ସମ୍ଭାଳିବା ପାଇଁ ଉପଯୁକ୍ତ ବ୍ୟକ୍ତି ନମିଳିବା ପର୍ଯ୍ୟନ୍ତ ସେ ଦାୟିତ୍ବ ସମ୍ଭାଳିବେ। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଜଣେ ନୂଆ ଉତ୍ତରାଧିକାରୀ ନ ମିଳିବା ପର୍ଯ୍ୟନ୍ତ ସେ ବର୍ତ୍ତମାନର ଭୂମିକାରେ ରହିବେ।

Get real time updates directly on you device, subscribe now.