fbpx

IPL-2024; ଯଦି ବର୍ଷାରେ ଧୋଇଯାଏ କ୍ୱାଲିଫାୟାର-୨: କାହାକୁ ମିଳିବ ଫାଇନାଲରେ ଏଣ୍ଟ୍ରି? ଜାଣନ୍ତୁ ନିୟମ

AAKASH

ଓଡ଼ିଶା ଭାସ୍କର: ଆଜି ଆଇପିଏଲ-୨୦୨୪ରେ କେଳାଯିବ ଦ୍ୱିତୀୟ କ୍ୱାଲିଫାୟାର-୨ । ଫାଇନାଲ ଟିକେଟ ପାଇବା ପାଇଁ ଏହି ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୋୟଲ୍ସ । ତେବେ ଏହି ମ୍ୟାଚର ବିଜୟୀକୁ ଫାଇନାଲକୁ ସୁଯୋଗ ମିଳିବା ସହ ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲରେ କୋଲକାତା ବିପକ୍ଷରେ ଖେଳିବ ଏହି ଦଳ । ତେବେ ଏଥିପାଇଁ ଉଭୟ ଦଳ ପ୍ରସ୍ତୁତ ହୋଇ ସାରିଛନ୍ତି । କିନ୍ତୁ ଯଦି ଏହି ମ୍ୟାଚରେ ବର୍ଷା ସାଜେ ବାଧକ, ଯଦି ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ ହୋଇଯାଏ ତେବେ କେଉଁ ଦଳ ଫାଇନାଲ ଟିକେଟ ପାଇବ? ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର

ଆଇପିଏଲର କ୍ୱାଲିଫାୟାର-୨(ହାଇଦ୍ରାବାଦ ବନାମ ରାଜସ୍ଥାନ) ମ୍ୟାଚ ପାଇଁ କୌଣସି ରିଜର୍ଭ ଡେ’ ରହିନାହିଁ ।ତେବେ ଏହି ମ୍ୟାଚରେ ଯଦି ବର୍ଷା ହୁଏ, ତେବେ ଉଭୟ ଦଳ ପାଇଁ କମ୍ ଓଭର(ଯେତେ ସମ୍ଭବ) ମ୍ୟାଚ ଖେଳାଯିବ । ପ୍ଲେଇଙ୍ଗ କଣ୍ଡିସନ୍ ଅନୁସାରେ, ବର୍ଷା ଯୋଗୁଁ ମ୍ୟାଚରେ ପ୍ରଭାବ ପଡ଼ିଲେ ଅମ୍ପାୟାରଙ୍କ ନିକଟରେ ଅତିରିକ୍ତ ୧୨୦ ମିନିଟ ବା ୨ ଘଣ୍ଟା ସମୟ ରହିଛି । ଏହି ସମୟ ମଧ୍ୟରେ ପ୍ରାୟ ୫-୫ ଓଭର ଲେଖାଏଁ ମ୍ୟାଚ ଖେଳାଯାଇ ପାରିବ । ତେବେ ଯଦି ପ୍ରବଳ ବର୍ଷା ଯୋଗୁଁ ଏହା ମଧ୍ୟ ସମ୍ଭବ ହୋଇ ନ ପାରେ, ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚର ରେଜଲ୍ଟ ସୁପର ଓଭରରେ ହିଁ ନିର୍ଣ୍ଣୟ କରାଯିବ ।

କିନ୍ତୁ ସୁପର ଓଭର ପ୍ଲାନ୍ ମଧ୍ୟ ଫେଲ ମାରିଲେ, କାହାକୁ ମିଳିବ ଟିକେଟ?

ଯଦି ବର୍ଷା ଯୋଗୁଁ ଏହି ମ୍ୟାଚ ସୁପର ଓଭର ମଧ୍ୟ ଖେଳିବା ସମ୍ଭବ ନ ହୁଏ, ତେବେ ରାଜସ୍ଥାନକୁ ପଛରେ ପକାଇ ସନରାଇଜର୍ସ ହାଇଦ୍ରାବାଦ ଫାଇନାଲରେ ପ୍ରବେଶ କରିବ । କାରଣ ଲିଗ୍ ଷ୍ଟେଜର ଶେଷ ସମୟରେ ପଏଣ୍ଟ ଟେବୁଲରେ ରାଜସ୍ଥାନ ଅପେକ୍ଷା ଅଧିକ ପଏଣ୍ଟ ହାସଲ କରିଥିଲା ହାଇଦ୍ରାବାଦ । ୧୪ ମ୍ୟାଚରୁ ୧୭ ପଏଣ୍ଟ ଏବଂ ୦.୪୧୪ ରନ୍ ରେଟ୍ ସହ ହାଇଦ୍ରାବାଦ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ରାଜସ୍ଥାନ ୧୭ ପଏଣ୍ଟ ଥାଇ ମଧ୍ୟ ୦.୨୭୩ ରନ୍ ରେଟ୍ ପାଇଁ ତୃତୀୟ ସ୍ଥାନକୁ ଖସି ଆସିଥିଲା । ତେଣୁ ନିୟମ ଅନୁସାରେ, ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହେଲେ, ପଏଣ୍ଟ ଟେବୁଲରେ ସ୍ଥିତି ଅନୁସାରେ ହାଇଦ୍ରାବାଦକୁ ଫାଇନାଲ ଖେଳିବା ପାଇଁ ସୁଯୋଗ ମିଳିବ ।

ସୂଚନା ଅନୁସାରେ, କ୍ୱାଲିଫାୟାର-୨ ରାଜସ୍ତାନ ଏବଂ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଚେନ୍ନାଇରେ କୌଣସି ବର୍ଷାର ସମ୍ଭାବନା ନାହିଁ । ମେ’ ୨୪ ତାରିଖ ପାଇଁ ଏଠାରେ ବର୍ଷା ହେବାର ସମ୍ଭାବନା ମାତ୍ର ୨ ପ୍ରତିଶତ ବୋଲି ଦର୍ଶାଇଛି ପାଣିପାଗ ବିଭାଗ । ଚେନ୍ନାଇରେ ଆଜିର ତାପମାତ୍ରା ୩୦-୩୫ ଡିଗ୍ରୀ ରହିବ ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.