fbpx
BSKY SKY
BSKY SKY

ମହାବୋଧି ମନ୍ଦିରର ଗର୍ଭଗୃହରୁ ଚୋରି, ଦାନ ପେଟିରୁ ଟଙ୍କା ଚୋରି କଲେ ବୌଦ୍ଧ ଭିକ୍ଷୁକ

BSKY

ପାଟନା: ଆଜିକାଲି ମନ୍ଦିରରୁ ଚୋରି ସାଧାରଣ ଘଟଣା ପାଲଟି ଯାଇଛି । ଏଭଳି ବ୍ୟକ୍ତିଙ୍କ ମନରେ ଠାକୁରଙ୍କ ପ୍ରତି ଆନ୍ତରିକତାର ଅଭାବ ଦେଖାଦେଇଥାଏ । ଠାକୁର ସର୍ବବିଦ୍ୟମାନ ଏବଂ ଅନ୍ତର୍ଯ୍ୟାମି ଜାଣି ମଧ୍ୟ ତାଙ୍କ ପ୍ରତି ଡର ନଥାଏ । ଏଭଳି ଏକ ମାମଲା ସାମ୍ନାକୁ ଆସିଛି ବିହାର ବୋଧଗୟା ସ୍ଥିତ ମହାବୋଧି ମନ୍ଦିରରୁ । ଏହି ମନ୍ଦିରର ଜଣେ ବୌଦ୍ଧ ଭିକ୍ଷୁକ ଗର୍ଭଗୃହରୁ ଚୋରି କରୁଥିବା ଖବର ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଖବର ଅନୁଯାୟୀ ଏହି ବୌଦ୍ଧ ଭିକ୍ଷୁକ ଜଣଙ୍କ ମହାବୋଧି ମନ୍ଦିରର ଦାନ ପେଟିରୁ ଚୋରି କରୁଥିଲେ । କେହି ନଥିବା ସମୟରେ ସେ ସୁଯୋଗର ଫାଇଦା ଉଠାଇଛନ୍ତି । ଚୋରି ଟଙ୍କା ସେ ନିଜ ବସ୍ତ୍ରରେ ଲୁଚାଇ ଥିଲେ ଏବଂ ଚୋରି କରିବା ପରେ ଏହି ବୌଦ୍ଧ ଭିକ୍ଷୁକ ଜଣଙ୍କ ଠାକୁରଙ୍କ ଚରଣ ସ୍ପର୍ଶ କରିବା ପରେ ସେହି ସ୍ଥାନରୁ ପ୍ରସ୍ଥାନ କରିଥିଲେ । ଏହି ବୌଦ୍ଧ ଭିକ୍ଷୁକ ଜଣଙ୍କ ଚୋରି କରୁଥିବା ସମୟର ସମସ୍ତ ଦୃଶ୍ୟ ମନ୍ଦିର ଗର୍ଭଗୃହରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ତେବେ ଚୋରି କରୁଥିବା ଏହି ବୌଦ୍ଧ ଭିକ୍ଷୁ ହେଉଛନ୍ତି ଭିକ୍ଷୁ ଧମ୍ମିକା । ଅପରପକ୍ଷରେ ବୋଧଗୟା ମନ୍ଦିରର ପରିଚାଳନା କମିଟି ପକ୍ଷରୁ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି ଥିବା ସତ୍ତ୍ୱେ ଗର୍ଭଗୃହରୁ ଚୋରି ହେବା ପ୍ରଶ୍ନବାଚି ସୃଷ୍ଟି କରିଛି ।

 

Get real time updates directly on you device, subscribe now.