fbpx
BSKY
BJD YOUTH SKY
BJD MS SKY

(Video)ଗଣତନ୍ତ୍ର ଦିବସ ସମାରୋହରେ କର୍ତ୍ତବ୍ୟପଥରେ ସମସ୍ତଙ୍କ ମନ ମୋହିଲେ ରାମଲାଲା, ଦେଖନ୍ତୁ ମନମୋହକ ଭିଡିଓ

ନୂଆଦିଲ୍ଲୀ:ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ସମାରୋହ ଆୟୋଜିତ ହେଉଛି । ଏହି କ୍ରମରେ ଦେଶର ୩ ସେନାର ପ୍ୟାରେଡ୍ ସହିତ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ଶୋଭାଯାତ୍ରା ଆୟୋଜନ ହୋଇଛି । ଏଥର ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ଫ୍ରାନ୍ସର ସେନା ବି ଭାଗ ନେଇଛି । ସେହିପରି ମୁଖ୍ୟ ଅତିଥି ଭାବରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ୨ ଦିବସୀୟ ଭାରତ ଯାତ୍ରାରେ ଅଛନ୍ତି । ପ୍ରଥମେ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା ଓ ପରେ ସେନାର ପ୍ୟାରେଡ୍ ଓ ରାଜ୍ୟର ପ୍ରଜ୍ଞାପନ ମେଢ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ।

ଏହି କ୍ରମରେ ଉତ୍ତରପ୍ରଦେଶ ମଧ୍ୟ ଏହାର ପ୍ରଜ୍ଞାପନ ମେଢ ଶୋଭାଯାତ୍ରା ବାହାର କରିଥିଲା । ଏଥର ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢର ଥିମ୍ ଥିଲା, ଅଯୋଧ୍ୟା: ବିକଶିତ ଭାରତ-ସମୃଦ୍ଧ ଐତିହ୍ୟ । ପ୍ରଜ୍ଞାପନ ମେଢରେ ଭଗବାନ ରାମଙ୍କ ବାଳ ସ୍ୱରୂପ, ଜେୱର ଆନ୍ତର୍ଜାତିକ ବିମାନ ବନ୍ଦରର ଝଲକ, ମଧ୍ୟ ଭାଗରେ ସାଧୁ ଓ ରାପିଡ୍ ରେଳର ମଡେଲ, ପଛ ଭାଗରେ ବ୍ରହ୍ମୋସ ମିସାଇଲ୍‌ର ଝଲକ ଦେଖିବାକୁ ମିଳିଥିଲା । ତେବେ କର୍ତ୍ତବ୍ୟ ପଥରେ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ ବାହାରିବା ମାତ୍ରେ ରାମଲାଲା ସମସ୍ତଙ୍କ ମନ ମୋହିନେଲେ ।

Get real time updates directly on you device, subscribe now.