fbpx
BSKY SKY
BSKY SKY

(Video) ପୃଥିବୀ ପାଇଁ ବଡ଼ ବିପଦ! ସୂର୍ଯ୍ୟରେ ହେଉଛି ବିସ୍ଫୋରଣ, ଆହୁରି ବଢ଼ିଯିବ ତାତି, ସତ ହେବ କି ବୈଜ୍ଞାନିକଙ୍କ କଥା..

BSKY

ନୂଆଦିଲ୍ଲୀ: ୟୁରୋପୀୟ ମହାକାଶ ସଂସ୍ଥା (ଏସା)ର ସୋଲାର ଆର୍ବିଟର ମହାକାଶ ଯାନ ନିକଟରେ ଜାରି କରିଥିବା ସୂର୍ଯ୍ୟ ପୃଷ୍ଠର ଏକ ବିସ୍ତୃତ ଭିଡିଓକୁ ନେଇ ଏବେ ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ପୃଥିବୀ ପୃଷ୍ଠରେ ଅସହ୍ୟ ତାପମାତ୍ରା ପରିଲକ୍ଷିତ ହେଉଥିବା ବେଳେ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ । ଉକ୍ତ ଭିଡିଓରେ ସୂର୍ଯ୍ୟ ପୃଷ୍ଠରେ ଏକ ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଛି । ତେବେ ଭିଡିଓରେ ଉକ୍ତ ବିସ୍ଫୋରଣର ଆକାର ଅତି କ୍ଷୁଦ୍ର ବୋଲି ଦୃଶ୍ୟମାନ ହେଉଥିଲେ ହେଁ ତାହା ପୃଥିବୀର ଆକାରଠାରୁ ବଡ଼ ବୋଲି ଏସା’ର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।

ଏପରିକି ସୂର୍ଯ୍ୟ ପୃଷ୍ଠରେ ତାପମାତ୍ରା ୧୦ ଲକ୍ଷ ଡିଗ୍ରୀ ସେଲିସିୟସରେ ପହଞ୍ଚିପାରେ ବୋଲି ମଧ୍ୟ କୁହାଯାଇଛି । ତେବେ ପ୍ରତିବର୍ଷ ପୃଥିବୀପୃଷ୍ଠରେ ତାପମାତ୍ରା ବୃଦ୍ଧି ପାଇଚାଲିଥିବା ବେଳେ ଆଗାମୀ କିଛି ବର୍ଷ ମଧ୍ୟରେ ପରିସ୍ଥିତି କ’ଣ ହେବ ତାହା ଆକଳନ କରିବା ମୁସ୍କିଲ । ଯଦି ଏପରି ସ୍ଥିତି ସୃଷ୍ଟି ହୁଏ ତେବେ ଧରିତ୍ରୀ ବକ୍ଷରେ ମାନବ ଜାତିର ସ୍ଥାୟିତ୍ୱକୁ ନେଇ ଏବେ ପ୍ରଶ୍ନ ଉଠିଛି । କାରଣ ୪୦ ଡିଗ୍ରୀ ତାପମାତ୍ରାରେ ଯଦି ଅଂଶୁଘାତର ଶିକାର ହୋଇ ମଣିଷ ମୃତ୍ୟୁବରଣ କରୁଛି, ଏହି ତାପମାତ୍ରା ଯଦି ଆହୁରି ବଢ଼ିବ ତେବେ ମଣିଷ କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ।

ପୃଥିବୀ ପୃଷ୍ଠର ତାପମାତ୍ରା ବୃଦ୍ଧିକୁ ନେଇ ବିଶ୍ୱର ଅନ୍ୟତମ ମହାନ୍ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗ ମଧ୍ୟ ମତ ଦେଇଥିଲେ । ପୃଥିବୀ ପୃଷ୍ଠରେ ମଣିଷ ଅତିବେଶରେ ଆଉ ହଜାରେ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ପାରିବ ବୋଲି ସେ କହିଥିଲେ । ତେଣୁ ବର୍ତ୍ତମାନ ସମୟରେ ଜଳବାୟୁ ଓ ପାଣିପାଗର ଦ୍ରୁତ ପରିବର୍ତ୍ତନକୁ ଦେଖି ବୈଜ୍ଞାନିକମାନେ ଅନେକ କିଛି ଆଶଙ୍କା କରୁଛନ୍ତି । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ କୋଟି କୋଟି କିଲୋମିଟର ଦୂରତ୍ୱ ରହିଥିଲେ ହେଁ ଆଜି ବି ପୃଥିବୀ ଉପରେ ସୂର୍ଯ୍ୟର ଉତ୍ତାପ ବେଶ୍ ପ୍ରଭାବ ପକାଇ ପାରୁଛି । ତେବେ ଆଗାମୀ ଦିନରେ ସୂର୍ଯ୍ୟର ତାପମାତ୍ରା ଆହୁରି ବଢ଼ିବା ସହିତ ବରଫ ପାହାଡ଼ ସବୁ ତରଳି ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ବୈଜ୍ଞାନିକମାନେ ପୂର୍ବରୁ ମତ ଦେଇ ସାରିଛନ୍ତି ।

Get real time updates directly on you device, subscribe now.