fbpx
BSKY SKY
BSKY SKY

Instagram Reels କରିବା ପାଇଁ ଫୋନରେ କେତେ ମେଗା ପିକ୍ସେଲର କ୍ୟାମେରା ରହିବା ଆବଶ୍ୟକ? ଜାଣନ୍ତୁ

BSKY

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ରିଲ କରି ସମସ୍ତେ ଫେମସ ହେବାକୁ ଚାହୁଁଛନ୍ତି । ଏଥିପାଇଁ ଲୋକମାନେ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି ଏବଂ ନୂଆ ନୂଆ କଣ୍ଟେଣ୍ଟ କ୍ରିଏଟ ମଧ୍ୟ କରୁଛନ୍ତି । ହେଲେ ରିଲ୍ସ କରିବା ପାଇଁ କେବଳ କଣ୍ଟେଣ୍ଟ ନୁହେଁ ବରଂ ଏକ ଭଲ କ୍ୟାମେରାର ମଧ୍ୟ ଆବଶ୍ୟକ ପଡେ । ଯଦି ଆପଣଙ୍କ କ୍ୟାମେରାର କ୍ୱାଲିଟୀ ଭଲ ନୁହେଁ ତେବେ ଆପଣ ଭଲ ରିଲ୍ସ କରିପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଆପଣଙ୍କ କ୍ୟାମେରାରେ କେତେ ମେଗା ପିକ୍ସେଲ ରହିବା ଆବଶ୍ୟକ ।

ହାଇ କ୍ୱାଲିଟୀ ଇନଷ୍ଟାଗ୍ରାମ ରିଲ୍ସ କରିବା ପାଇଁ ପାଖାପାଖି ୧୨ ମେଗାପିକ୍ସେଲର ରିଜଲୁସନ କ୍ୟାମେରାର ଆବଶ୍ୟକ ପଡେ । କ୍ୟାମେରାର କ୍ୱାଲିଟୀ ଏକମାତ୍ର ଜିନିଷ ନୁହେଁ ଯାହା ଆପଣଙ୍କ ରିଲ୍ସର କ୍ୱାଲିଟୀ ନିର୍ଦ୍ଦାରିତ କରିଥାଏ । ଏଥିରେ ଅନ୍ୟ ଜରୁରୀ ଫିଚର୍ସ ମଧ୍ୟ ସାମିଲ ରହିଛି । ଏଥିରେ ଫ୍ଲାସ ଲାଇଟ, ଅଟୋଫୋକସ, କଲର କ୍ୱାଲିଟୀ ପରି ଫିଚର୍ସ ମଧ୍ୟ ରହିବା ଆବଶ୍ୟକ ।

ଯଦି ଆପଣ ରାତିରେ ଭିଡିଓ କରୁଛନ୍ତି ତେବେ ଭଲ କ୍ୱାଲିଟୀର ଫ୍ଲାସ ଲାଇଟ ଆବଶ୍ୟକ । ଭଲ ଭିଡିଓ କରିବା ପାଇଁ ଫୋନରେ ଭଲ ଲାଇଟ ରହିବା ଆବଶ୍ୟକ ।

ସଠିକ ଅଟୋଫୋକସର କ୍ୟାମେରା ରଖିବା ପାଇଁ ଯେଉଁଭଳି ଫଟୋ ବା ଭିଡିଓ ଚାହୁଁଛନ୍ତି ସେହିଭଳି ଭିଡିଓ ବା ଫଟୋ ଆପଣଙ୍କୁ ମିଳିଯିବ ।

ଆପଣଙ୍କ ଫୋନର କ୍ୟାମେରାରେ କଲର କ୍ୱାଲିଟୀ ମଧ୍ୟ ଆବଶ୍ୟକ । ଯଦି ଆପଣଙ୍କ କ୍ୟାମେରା କଲର କ୍ୱାଲିଟୀ ଭଲ ନଥିଲେ ତେବେ ଆପଣଙ୍କ ଭିଡିଓ ଭଲ ହୋଇପାରିବ ନାହିଁ ।

ଇନଷ୍ଟାଗ୍ରାମ ରିଲ୍ସ 1080p ରିଜୋଲୁସନ ଉପରେ ଭଲ ଅପସନ ହୋଇପାରେ । ସେଥିପାଇଁ ଏକ ଏଭଳି କ୍ୟାମେରା ଯାହା 30fps ଉପରେ ପାଖାପାଖି 1080p ରେକର୍ଡ କରିପାରେ, ତାକୁ ରେକମେଣ୍ଡ କରାଯାଇଥାଏ ।

Get real time updates directly on you device, subscribe now.