fbpx
BSKY
BJD YOUTH SKY
BJD MS SKY

ରାଜ୍ୟ ରାଜନୀତିର ବଡ଼ ଖବର: ଦୁଇଦିନରେ ୨ ଜଣ ବରିଷ୍ଠ ନେତା ଅସୁସ୍ଥ, ପ୍ରଚାର କାର୍ଯ୍ୟ ପ୍ରଭାବିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଅନେକ ନେତା ଦଳ ଛାଡ଼ୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ରାଜ୍ୟ ରାଜନୀତିରୁ ଆସିଛି ଦୁଇଟି ବଡ଼ ଖବର ।

ସୂଚନା ମୁତାବକ, ନିର୍ବାଚନ ପାଇଁ ବିଭିନ୍ନ ଦଳର ନେତାମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ଅଚାନକ ଭାବେ ଦୁଇଜଣ ନେତା ଅସୁସ୍ଥ ହୋଇପଡ଼ିଛନ୍ତି । ତେଣୁ ଶାରୀରିକ ଅସୁସ୍ଥତା ଏବେ ସେମାନଙ୍କର ନିର୍ବାଚନ କାର୍ଯ୍ୟକୁ ପ୍ରଭାବିତ କରିଛି । ଦୁଇଦିନରେ ଦୁଇଜଣ ନେତା ଅସୁସ୍ଥ ହୋଇଥିବା ଜଣାପଡ଼ିଛି । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଆଖିରେ ଅସ୍ତ୍ରୋପଚାର କରାଯାଇଛି । ସେଥିପାଇଁ ସେ କିଛିଦିନ ପାଇଁ ନିର୍ବାଚନୀ ପଚାର କାର୍ଯ୍ୟରେ ନିଜକୁ ସାମିଲ କରିପାରିବେ ନାହିଁ । ସେହିପରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ବିଜୟ ପଟ୍ଟନାୟକ ପ୍ରବଳ ଖରା କାରଣରୁ ଅସୁସ୍ଥ ହୋଇପଡ଼ିଥିଲେ । ଏଥିସହିତ ତାଙ୍କର ପରିସ୍ରା ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ତେଣୁ ସେ ପ୍ରଚାର କାର୍ଯ୍ୟ ଛାଡ଼ି ଭୁବନେଶ୍ୱର ଫେରି ଆସିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.