fbpx
BSKY
BJD YOUTH SKY
BJD MS SKY

Relationship Tips: Over possessive କାରଣରୁ ସମ୍ପର୍କରେ ସୃଷ୍ଟି ହୋଇଥାଏ ଫାଟ, ପାର୍ଟନର ଯାଆନ୍ତି ଦୂରେଇ, ଜାଣନ୍ତୁ ଏଭଳି ସ୍ଥିତରେ କ’ଣ କରିବେ ?

ଓଡ଼ିଶା ଭାସ୍କର: ସମ୍ପର୍କର ଡୋରୀ ବହୁତ ସୂକ୍ଷ୍ମ । ଏହାର ସ୍ଥାୟୀତ୍ୱ ବଜାୟ ରଖିବା ପାଇଁ ବିଶ୍ୱାସ ଓ ଧୈର୍ଯ୍ୟ ଆବଶ୍ୟକ ହୋଇଥାଏ । କିନ୍ତୁ ଆଜିକାଲିର ଡିଜିଟାଲ ଯୁଗରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଶେଷ କରି ଯୁବପିଢ଼ିମାନେ ରିଲେସନଶିପରେ ଆସିବା ପରେ ପରସ୍ପର ସହ ଅଧିକରୁ ଅଧିକ ସମୟ ବିତାଇବା ପାଇଁ ଚେଷ୍ଟା କରିଥାନ୍ତି । କିଛି ଦିନ ଭଲରେ କଟିଥାଏ । କିନ୍ତୁ ବେଳେ ବେଳେ ପାର୍ଟନର ଅନ୍ୟ ପାର୍ଟନରଙ୍କ ବ୍ୟକ୍ତଗତ ଜୀବନରେ ଅଧିକ ହସ୍ତକ୍ଷେପ କରିଥାନ୍ତି । ପାର୍ଟନର ଜଣଙ୍କ କେଉଁଠି ଯାଉଛନ୍ତି, କାହା ସହ କଥା ହେଉଛନ୍ତି ଇତ୍ୟାଦି ବିଷୟକୁ ନେଇ ତାଙ୍କ ଉପରେ ସ୍ପାଏ ମଧ୍ୟ କରିବାକୁ ପଛାଇନଥାନ୍ତି । ଏହା ହିଁ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ପାର୍ଟନରଙ୍କ ବିଷୟରେ over possessive ହେବା ଠାରୁ କିପରି ନିଜକୁ ଦୂରେଇ ରଖିପାରିବା ।

୧. ପାର୍ଟନରଙ୍କୁ କଂଟ୍ରୋଲ କରନ୍ତୁ ନାହିଁ: ଅଧିକାଂଶ କପଲ୍ ନିଜ ସମ୍ପର୍କକୁ ନେଇ ସେନସିଟିଭ ଥାନ୍ତି । ପାର୍ଟନରଙ୍କ ସହ ସମ୍ପର୍କ ଭାଙ୍ଗିଯିବା ଭୟରେ ସେମାନେ ଓଭର କେୟାରିଂ ହୋଇଥାନ୍ତି । ସବୁବେଳେ ଚାହାଁନ୍ତି ଯେ ପାର୍ଟନର କେବଳ ସେମାନଙ୍କ ସହ କଥା ହେଉ, ସମୟ ବିତାଉ ଇତ୍ୟାଦି । ଏପରି ସ୍ଥିତିରେ ବାରମ୍ବାର କଲ୍ ଏବଂ ମେସେଜ୍ ମଧ୍ୟ କରିଥାନ୍ତି । ଏହା କଂଟ୍ରୋଲିଂ ସ୍ୱଭାବର ଲକ୍ଷଣ ଅଟେ । ଅନ୍ୟ ପାର୍ଟନରଙ୍କ ପର୍ସନାଲ ସ୍ପେସରେ ଅଧିକ ହସ୍ତକ୍ଷେପ କରିବା ଦ୍ୱାରା ସେମାନେ ଚିଡ଼ଚିଡ଼ା ହୋଇଯାଆନ୍ତି । ଏହା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ । ତେଣୁ ନିଜ ପାର୍ଟନରଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ସେମାନଙ୍କ ସ୍ୱତନ୍ତ୍ରତାକୁ ସମ୍ମାନ ଦିଅନ୍ତୁ ।

୨. କାଉନସିଲରଙ୍କ ପରାମର୍ଶ ନିଅନ୍ତୁ: ଆପଣଙ୍କ ପାର୍ଟନରଙ୍କ over possessive ବ୍ୟବହାର ସମ୍ପର୍କକୁ ପ୍ରଭାବିତ କରୁଥିଲେ ଭଲ କାଉନସିଲରଙ୍କ ପରାମର୍ଶ ନେଇପାରିବେ । ଜଣେ କାଉନସିଲର ଆପଣଙ୍କ ମାନସିକ ସ୍ଥିତିକୁ ବୁଝିବା ସହ ମନର ଦ୍ୱନ୍ଦକୁ ଦୂର କରିବାରେ ସାହାଯ୍ୟ କରିଥାଏ । ପାର୍ଟନରଙ୍କୁ ପର୍ସନାଲ ସ୍ପେସ୍ ଦେଲେ ଆପଣଙ୍କ ପ୍ରତି ତାଙ୍କର ବିଶ୍ୱାସ ବୃଦ୍ଧି ହେବା ସହ ସମ୍ପର୍କ ମଜବୁତ୍ ହୋଇଥାଏ ।

୩. ଈର୍ଷ୍ୟା: କୌଣସି ସମ୍ପର୍କରେ ଫାଟ ସୃଷ୍ଟି କରିବାରେ ଈର୍ଷ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଆପଣଙ୍କ ବ୍ୟତୀତ ପାର୍ଟନଙ୍କ ଅନ୍ୟ ସାଙ୍ଗସାଥି ଏବଂ ସମ୍ପକୀୟ ଥାଇପାରନ୍ତି । ସେମାନଙ୍କୁ ସମୟ ଦେବା ପାର୍ଟନରଙ୍କ ଦାୟିତ୍ୱ ଅଟେ । ତେଣୁ ମନରେ ପାର୍ଟନରଙ୍କ ପ୍ରତି କୌଣସି ଈର୍ଷ୍ୟା ଭାବନା ରଖନ୍ତୁ ନାହିଁ ଏହା ନକାରାତ୍ମକତାକୁ ବୃଦ୍ଧି କରିଥାଏ । ତେଣୁ ଈର୍ଷ୍ୟା ଠାରୁ ବର୍ତ୍ତିବା ପାଇଁ ପରସ୍ପରର ସାଙ୍ଗସାଥିଙ୍କୁ ଚିହ୍ନନ୍ତୁ । ଏକାଠି ସମୟ ବିତାନ୍ତୁ ।

୪. ପରସ୍ପର ସହ କଥାବାର୍ତ୍ତା ହୁଅନ୍ତୁ: ଅଧିକାଂଶ ସମୟରେ ଦେଖାଯାଏ ଯେ ପାର୍ଟନର ଜଣଙ୍କ କ୍ରୋଧିତ ହେଲେ ଅନ୍ୟ ପାର୍ଟନର ସହ କଥାବାର୍ତ୍ତା ବନ୍ଦ କରିଦିଅନ୍ତି । ଏପରି ଭୁଲ କରନ୍ତୁ ନାହିଁ । ଆପଣଙ୍କ ମନରେ ପାର୍ଟନରଙ୍କୁ ନେଇ ଇନସିକ୍ୟୁରିଟି ବିଷୟରେ ଆଲୋଚନା କରନ୍ତୁ । ସେହିପରି ପାର୍ଟନରଙ୍କ ସ୍ଥିତିକୁ ନଜାଣି ସେମାନଙ୍କ ଉପରେ କ୍ରୋଧିତ ହୁଅନ୍ତୁ ନାହିଁ । ଧୈର୍ଯ୍ୟର ସହ ସବୁ କଥା ଶୁଣନ୍ତୁ । ଉଭୟ ମିଶି ସମସ୍ୟାର ସମାଧାନର ବାହାର କରନ୍ତୁ । ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ହେଲ୍‌ଦୀ ରହିବ ।

 

Get real time updates directly on you device, subscribe now.