fbpx

ମେଟା କଲା ଫେସବୁକ୍ ଓ ଇନଷ୍ଟାଗ୍ରାମରେ ବଡ ପରିବର୍ତ୍ତନ, ଆଉ ପିଲାମାନେ ଦେଖିପାରିବେନି ଖରାପ କଣ୍ଟେଣ୍ଟ

ନୂଆଦିଲ୍ଲୀ:ଫେସବୁକ୍ ଓ ଇନଷ୍ଟାଗ୍ରାମ ଉଭୟ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ । ବହୁ ସଂଖ୍ୟାରେ ଛୋଟ ପିଲାମାନେ ମଧ୍ୟ ଏହି ୨ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି । ଏବେ ଏହାକୁ ଧ୍ୟାନରେ ରଖି ମେଟା ଶିଶୁ ସୁରକ୍ଷା ଲାଗି ଏହି ୨ ପ୍ଲାଟଫର୍ମରେ ନୂଆ ନିୟମ ଲାଗୁ କରିଛି । ଏବେ ନୂଆ ନିୟମ ପରେ ଯେ କେହି ପିଲାମାନଙ୍କୁ ମେସେଜ୍ କରିପାରିବ ନାହିଁ ।
ପିଲାମାନେ କିପରି ସୋସିଆଲ ମିଡିଆରେ ଆସୁଥିବା ଖରାପ କଣ୍ଟେଣ୍ଟ ଦ୍ୱାରା ପ୍ରଭାବିତ ନ ହେବେ ସେଥିପାଇଁ ମେଟା ନୂଆ ନିୟମ ଆଣିଛି । ମେଟା ଚଳିତ ବର୍ଷ ଆରମ୍ଭରେ ଶିଶୁ ସୁରକ୍ଷାକୁ ଦୃଷ୍ଟିରେ ରଖି ପିଲାଙ୍କ ଆକାଉଣ୍ଟକୁ ମୋଷ୍ଟ ରେଷ୍ଟ୍ରିକଟିଭ୍ କାଟାଗୋରୀରେ ସାମିଲ କରିଥିଲା । ଏଥିରେ ପିଲାଙ୍କ ଆକାଉଣ୍ଟସର ଫିଡସ୍ ଓ ଏକ୍ସପ୍ଲୋରରେ କୌଣସି ସମ୍ବେଦନଶୀଳ କଣ୍ଟେଣ୍ଟ ଦେଖିବାକୁ ମିଳିବ ନାହିଁ ।

କମ୍ପାନୀ ପକ୍ଷରୁ ୧୬ ବର୍ଷରୁ କମ୍ ପିଲାଙ୍କ ଆକାଉଣ୍ଟ ଉପରେ ଏକ ନୂଆ ରେଷ୍ଟ୍ରିକସନ୍ ଲାଗୁ କରିଛନ୍ତି । ମେଟା ଛୋଟ ପିଲାଙ୍କ ଆକାଉଣ୍ଟର ଡିଏମ୍ ସେଟିଂରେ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ଦ୍ୱାରା ଏବେ ପିଲାଙ୍କ ପ୍ରୋଫାଇଲ ସହ ଜଡିତ ଫଲୋୟର୍ସ କିମ୍ବା କଣ୍ଟାକ୍ଟରେ ଥିବା ଲୋକ ହିଁ କେବଳ ମେସେଜ୍ କରିପାରିବେ । କୌଣସ ଅଜଣା ବ୍ୟକ୍ତି କିମ୍ବା ବାହାର ୟୁଜର ପିଲାଙ୍କୁ ମେସେଜ୍ କରିପାରିବେ ନାହିଁ ।

ଏହା ବ୍ୟତିତ ମେଟା ପିଲାମାନଙ୍କ ସୁରକ୍ଷା ଓ ବଦଭ୍ୟାସରୁ ରକ୍ଷା କରିବା ପାଇଁ ପିତାମାତାଙ୍କୁ ବି ଏକ ନୂଆ ଅପ୍ସନ ଦେଇଛି । ଇନଷ୍ଟା ଓ ଫେସବୁକ୍ ପ୍ୟାରେଣ୍ଟସ୍ ସୁପରଭିଜନ ସେଟିଂରେ ପରିବର୍ତ୍ତନ କରିଛି । ଯଦି ପିଲା ଆକାଉଣ୍ଟର ସେଟିଂ କିମ୍ବା ସିକ୍ୟୁରିଟି ସିଷ୍ଟମରେ କୌଣସି ପରିବର୍ତ୍ତନ କରୁଛି ତେବେ ମାତାପିତାଙ୍କ ଆକାଉଣ୍ଟରେ ଏକ ରିଭ୍ୟୁ ଅପ୍ସନ ଆସିବ । ଏଥିରେ ଆପଣ ପରିବର୍ତ୍ତନକୁ ଭେରିଫାଏ କିମ୍ବା ଡିନାଏ ବି କରିପାରିବେ ।

Get real time updates directly on you device, subscribe now.