fbpx

ପିକନିକ୍ ବସ ଦୁର୍ଘଟଣାଗ୍ରସ୍ତ, ୩ ମୃତ, ୧୧ ଆହତ

ଦଶପଲ୍ଲା: ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଘଟିଯାଇଛି ଏକ ଅଭାବନୀୟ ଦୁର୍ଘଟଣା । ଏକ ପିକନିକ୍ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ସାମ୍ନାକୁ ଆସିଛି । ଉକ୍ତ ଜଙ୍ଗଲ ରାସ୍ତାରେ ଟ୍ରକ୍ ଓ ପିକନିକ୍ ବସ ମୁହାଁମୁହିଁ ହୋଇଥିଲା । ଏହି ଦୁର୍ଘଟଣାରେ ଦଶମ ଶ୍ରେଣୀର ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଅଛନ୍ତି । ତେବେ ସମସ୍ତ ଗୁରୁତରଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାରୁ ପ୍ରକାଶ ଏକ ଘରୋଇ କୋଚିଂ ସେଣ୍ଟରର ୫୦ ଜଣ ଛାତ୍ରଛାତ୍ରୀ ପିକନିକ୍ ଯାଉଥିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଓ ହେଲ୍ପର ଅଟକ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.