fbpx

ବିଜେପି ଆରମ୍ଭ କଲା ଅପରେସନ ଲୋଟସ୍ ୨.୦, ଆପ୍ ବିଧାୟକଙ୍କୁ ଦେଲା ୨୫ କୋଟିର ଅଫର: କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ୍‌)ର ମୁଖ୍ୟ ସଂଯୋଜକ ଶନିବାର ବିଜେପି ଉପରେ ଦିଲ୍ଲୀରେ ଅପରେସନ୍ ଲୋଟସ୍ ୨.୦ ଆରମ୍ଭ କରାଯିବାର ଅଭିଯୋଗ କରିଛନ୍ତି । ଏହା ସହିତ ସେ ଅଭିଯୋଗ କରିଛନ୍ତି କି ବିଜେପି ଆପ୍‌ର ୭ ବିଧାୟକଙ୍କୁ ନିଜ ଫାଶରେ ପକାଇବାକୁ ଚେଷ୍ଟା କରିଛିଳ ଓ ଏଥଇପାଇଁ ବିଜେପି ସେମାନଙ୍କୁ ୨୫ କୋଟି ଟଙ୍କା ଲୋଭ ଦେଖାଇଛି । କେଜରିୱାଲ କହିଛନ୍ତି କି ବିଜେପି ପକ୍ଷରୁ ଆପ୍ ବିଧାୟକଙ୍କ ସହ ଆଲୋଚନା କରାଯାଇଛି ଓ ଧମକ ଦିଆଯାଇଛି କି ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରାଯିବ ।

ଅରବିନ୍ଦ କେଜରିୱାଲ ଏକ୍ସରେ ଲେଖିଥିବା ଏକ ପୋଷ୍ଟରେ କହିଛନ୍ତି, ଗତ କିଛିଦିନ ତଳେ ବିଜେପି ଦିଲ୍ଲୀର ୭ ବିଧାୟକଙ୍କ ସହ ଯୋଗାଯୋଗ କରି କହିଛି କି କେଜରିୱାଲଙ୍କୁ ଅଳ୍ପଦିିନ ଭିତରେ ଗିରଫ କରି ନିଆଯିବ । ଏହାପରେ ସମସ୍ତ ବିଧାୟକଙ୍କୁ ନିଜ ଦଳରେ ମିଶାଇବୁ । ଏ ସଂପର୍କରେ ୨୧ ବିଧାୟକଙ୍କ ସହ ବିଜେପି କଥା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହାସହିତ ବିଜେପି ନିଜ ଦଳରେ ସାମିଲ ହେବା ପାଇଁ ଆପ୍ ବିଧାୟକଙ୍କୁ ୨୫ କୋଟି ଟଙ୍କାର ଅଫର ମଧ୍ୟ ଦେଇଛି । ଏହା ସହିତ କେଜରିୱାଲ ଲେଖିଛନ୍ତି ସେମାନେ ଏ ସଂପର୍କରେ ଯେଉଁମାନଙ୍କ ସହ ଯୋଗାଯୋଗ କରିଛନ୍ତି ସମସ୍ତେ ମନା କରି ଦେଇଛନ୍ତି । ସେ ଲେଖିଛନ୍ତି କୌଣସି ମଦ ଦୁର୍ନୀତି ଲାଗି ମୋତେ ଗିରଫ କରଯାଉନାହିଁ ବରଂ ଦିଲ୍ଲୀରେ ଆପ୍ ସରକାରକୁ ଭାଙ୍ଗି ଦେବାପାଇଁ ବିଜେପି ଏହି ଷଡଯନ୍ତ୍ର କରୁଛି ।

Get real time updates directly on you device, subscribe now.