fbpx

ସୁପ୍ରିମକୋର୍ଟରୁ ଇମ୍ରାନ ଖାନ୍‌ଙ୍କୁ ମିଳିଲା ବଡ ଆଶ୍ୱସ୍ତି, ସାଧାରଣ ନିର୍ବାଚନରେ ଲଢିପାରିବ ତାଙ୍କ ଦଳ

ଇସଲାମବାଦ: ୮ ଫେବୃୟାରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ଇମରାନ ଖାନ୍‌ଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ ଆଶ୍ୱସ୍ତି ମିଳିଛି । ଦେଶର ଶୀର୍ଷ ଅଦାଲତ ତାଙ୍କ ଦଳର ବହୁ ନେତାଙ୍କୁ ନିର୍ବାଚନରେ ଭାଗ ନେବାକୁ ଅନୁମତି ଦେଇଛନ୍ତି । ତେବେ ଇମରାନ ଖାନ୍ ଏବେବି ଜେଲ୍‌ରେ ଅଛନ୍ତି ଓ କୋର୍ଟ ପୂର୍ବରୁ ତାଙ୍କୁ ନିର୍ବାଚନରେ ଲଢିବା ଲାଗି ଅଯୋଗ୍ୟ ଘୋଷଣା କରି ସାରିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଇମରାନ୍ ଖାନ୍ ତୋଷଖାନା ଭ୍ରଷ୍ଟାଚାର ମାମଲାରେ ଜେଲ୍ କାଟୁଛନ୍ତି । ତାଙ୍କୁ କୋର୍ଟ ନିର୍ବାଚନ ଲଢିବା ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି । କିନ୍ତୁ ତାଙ୍କ ଦଳର କିଛି ଅନ୍ୟ ନେତାଙ୍କୁ ଏବେ ନିର୍ବାଚନରେ ଭାଗ ନେବାପାଇଁ ଅନୁମତି ମିଳିସାରିଛି ।

ଇମରାନ୍ ଖାନଙ୍କ ଦଳର ନେତାଙ୍କ ପକ୍ଷରୁ ଦାଖଲ ଯାଚିକା ଉପରେ ପାକିସ୍ତାନ-ତେହରିକ୍‌-ଏ-ଇନସାଫ୍‌(ପିଟିଆଇ) ଦଳକୁ ଆଶ୍ୱସ୍ତି ସ୍ୱରୂପ ସୁପ୍ରିମକୋର୍ଟ ଏହାର ଅଧ୍ୟକ୍ଷ ପରଭେଜ୍ ଇଲାହୀ ଓ କିଛି ଅନ୍ୟ ବରିଷ୍ଠ ନେତାଙ୍କୁ ୮ ଫେବୃୟାରୀରେ ହେବାକୁ ଥିବା ନିର୍ବାଚନରେ ଲଢିବା ଲାଗି ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.