fbpx

୭ ଦିନରେ ଲାଗୁ ହେବ CAA, ଗ୍ୟାରେଣ୍ଟି ଦେଲେ କେନ୍ଦ୍ରୀୟ ମନ୍ତ୍ରୀ ଶାନ୍ତନୁ ଠାକୁର

ନୂଆଦିଲ୍ଲୀ: ଆଗାମୀ ଏକ ସପ୍ତାହ ମଧ୍ୟରେ ଦେଶରେ ନାଗରିକ ସଂଶୋଧନ ଅଧିନିୟମ(CAA) ଲାଗୁ ହେବା ନେଇ କେନ୍ଦ୍ରୀୟ ମନ୍ତ୍ରୀ ଶାନ୍ତନୁ ଠାକୁର ଦାବି କରିଛନ୍ତି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ସ୍ଥିତ କାକଦ୍ୱୀପରେ ଏକ ସାର୍ବଜନିକ ବୈଠକରେ ଭାଷଣ ଦେବା ସମୟରେ କହିଥିଲେ, ‘ ମୁଁ ମଞ୍ଚରେ ଗାରେଣ୍ଟି ଦେଉଛି ଆଗାମୀ ୭ ଦିନ ମଧ୍ୟରେ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ସାରା ଦେଶରେ CAA ଲାଗୁ ହେବ ।’

ଗତ ବର୍ଷ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ନାଗରିକତା ସଂଶୋଧନ ଅଧିନିୟମକୁ ‘ଦେଶର ଆଇନ’ ଭାବେ ବିବେଚିତ କରି କହିଥିଲେ ଏହାର କାର୍ଯ୍ୟକାରିତାକୁ କେହି ବି ଅଟକାଇ ପାରିବେ ନାହିଁ । ଏହା ସହ CAA ଲାଗୁ ହେବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକଙ୍କୁ ବାଟବଣା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ଅମିତ ଶାହା । ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଥମେ ନାଗରିକତା କାର୍ଡ଼ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦାୟିତ୍ୱ ଥିଲା ବର୍ତ୍ତମାନ କେବଳ ରାଜନୀତି ପାଇଁ ଛଡ଼ାଇ ନିଆଯାଇଥିଲା । CAA ଆଇନର ଉଦ୍ଦେଶ୍ୟ ହେଉଛି ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନ ସମେତ ୩ ପଡ଼ୋଶୀ ଦେଶର ୬ଟି ସମୁଦାୟଙ୍କୁ ଫାଷ୍ଟ ଟ୍ରାକ୍ ନାଗରିକତା ପ୍ରଦାନ କରିବା । CAA ଆଇନକୁ ଅନୁମୋଦନ କରାଯାଇଛି କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାର ନିୟମ ଏପର୍ଯ୍ୟନ୍ତ ସୂଚିତ କରାଯାଇନାହିଁ । ବିଜେପି ନେତା ଶାନ୍ତନୁ ଠାକୁରଙ୍କ ଅନୁଯାୟୀ ଏହା ଆସନ୍ତା ସପ୍ତାହରେ ହୋଇପାରେ ।

Get real time updates directly on you device, subscribe now.