fbpx

ବିହାରରୁ ପିତାମାତାଙ୍କୁ କାନ୍ଧରେ ବୋହି ରାମଲଲାଙ୍କ ଦର୍ଶନ ଲାଗି ଅଯୋଧ୍ୟାରେ ପହଞ୍ଚିଲେ ଯୁବକ, ସମସ୍ତେ କହିଲେ କଳିଯୁଗର ଶ୍ରବଣ କୁମାର

ଅଯୋଧ୍ୟା: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ନିଜ ଭବ୍ୟ ମହଲରେ ବିରାଜମାନ କରିବା ପରେ ସାରା ଦେଶରୁ ଶ୍ରଦ୍ଧାଳୁ ରାମଲଲାଙ୍କ ଦିବ୍ୟ ରୂପ ଦର୍ଶନ ଲାଗି ଅଯୋଧ୍ୟାରେ ପହଞ୍ଚୁଛନ୍ତି । ଏହି କ୍ରମରେ କିଛି ଅନନ୍ୟ ଭକ୍ତ ବି ରାମଲଲାଙ୍କ ଦରବାରରେ ଆସି ହାଜର ହେଉଥିବାର ଦେଖିବାକୁ ମିଳୁଛି । ଆପଣ ସମସ୍ତେ ଶ୍ରବଣ କୁମାରଙ୍କ କାହାଣୀ ତ ଶୁଣିଥିବେ । ଶ୍ରବଣ କୁମାର ନିଜ ମାତାପିତାଙ୍କୁ କାନ୍ଧରେ ବୋହି ୪ଧାମ ଯାତ୍ରାରେ ବାହାରିଥିଲେ । କିଛି ଏହିପରି କାହାଣୀ ବିହାରରେ ରହୁଥିବା ଜଣେ ଯୁବକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।

କଳିଯୁଗର ଏହି ଶ୍ରବଣ କୁମାର ନିଜ ମାତାପିତାଙ୍କୁ କାନ୍ଧରେ ବୋହି ଚାଲି ଚାଲି ରାମଲଲାଙ୍କ ଦର୍ଶନ କରାଇବାକୁ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏହି ଯୁବକଙ୍କ ନାମ ହେଉଛି ଅମରଜିତ୍ । ପାଟନାରେ ରହୁଥିବା ଅମରଜିତ କୁମାର ଶ୍ରବଣ ମନ୍ଦିର ଠାରୁ ମାତାପିତାଙ୍କୁ କାନ୍ଧରେ ନେଇ ରାମଲଲାଙ୍କ ଦରବାରରେ ପହଞ୍ଚିଛନ୍ତି ।

ନବାଦା ଗ୍ରାମର ଅମରଜିତ କହିଛନ୍ତି ସେ ଶ୍ରବଣ କୁମାରଙ୍କ ଉପରେ ଏକ ଫିଲ୍ମ ଦେଖିବା ପରେ ତାଙ୍କୁ ବହୁତ ପ୍ରେରଣା ମିଳିଥିଲା । ଏହାପରେ ସେ ମାତାପିତାଙ୍କୁ କାନ୍ଧରେ ବୋହି ଅଯୋଧ୍ୟା ଯିବାକୁ ସ୍ଥିର କରିଥିଲେ । ସେ କହିଛନ୍ତି ମାତାପିତାଙ୍କୁ ରାମଲଲାଙ୍କ ଦର୍ଶନ କରାଇବା ସହ ପବିତ୍ର ସରଜୁ ନଦୀରେ ସ୍ନାନ ବି କରାଇବେ । ସେ କହିଛନ୍ତି ଶ୍ରବଣ କୁମାର ବି ରାମଭକ୍ତ ଥିଲେ ଓ ସେ ବି ରାମଭକ୍ତ ଅଟନ୍ତି । ଏ ପର୍ଯ୍ୟନ୍ତ ଅମରଜିତ୍ ୩୦ କିଲୋମିଟର ପର୍ଯ୍ୟନ୍ତ ନିଜ ଯାତ୍ରା ଶେଷ କରିସାରିଛନ୍ତି ।

Get real time updates directly on you device, subscribe now.