fbpx

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ୧୦ ବର୍ଷ ଜେଲ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବଡ଼ ଝଟକା । ଇମରାନ ଖାନ ଏବଂ ତାଙ୍କ ସହଯୋଗୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରେଶିଙ୍କୁ Cipher caseରେ ୧୦ ବର୍ଷର ଜେଲ ଦଣ୍ଡାଦେଶ ହେଇଛି । ଅଫିସିଆଲ ସିକ୍ରେଟ୍ ଆକ୍ଟ ଅନ୍ତର୍ଗତ ଗଠିତ ବିଶେଷ ଅଦାଲତ ଉଭୟଙ୍କୁ ଗୋପନୀୟ ସୂଚନା ଲିକ୍ ମାମଲାରେ ଦେଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି । ବିଶେଷ ଅଦାଲତର ବିଚାରପତି ଅବଦୁଲ ହସନତ ଜୁଲକରନୈନ୍ ମଙ୍ଗଳବାର ଏହି ଫଇସଲା ଶୁଣାଇଛନ୍ତି । ବର୍ତ୍ତମାନ ଇମରାନ ଖାନ୍ ରାୱାଲପିଣ୍ଡିର ଅଦିଆଲା ଜେଲରେ ବନ୍ଦି ଅଛନ୍ତି ଏବଂ ସେଠାରେ ହିଁ Cipher caseର ଶୁଣାଣି ହୋଇଛି । କହିରଖୁଛୁ ଆସନ୍ତା ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା ।

Get real time updates directly on you device, subscribe now.